Below header

ଅନେକ ରୋଗ ପାଇଁ ରାମବାଣ ହୋଇଥାଏ ଅଶ୍ୱଗନ୍ଧା, ଜାଣନ୍ତୁ ଏହାର ଚମତ୍କାରୀ ଲାଭ ବିଷୟରେ

ଭାରତରେ ଆୟୁର୍ବେଦ ଉପଚାର ଏବଂ ଚେରମୂଳି ବ୍ୟାପକ ରୂପେ ବ୍ୟବହାର କରାଯାଇଥାଏ । ସେହିପରି ଏକ ମହତ୍ୱପୂର୍ଣ୍ଣ ଚେରମୂଳି ହେଉଛି ଅଶ୍ୱଗନ୍ଧା । ୩୦୦୦ରୁ ଅଧିକ ବର୍ଷରୁ ଅଶ୍ୱଗନ୍ଧ, ଯାହାକୁ ଭାରତୀୟ ଜିନସେଙ୍ଗ ବା ୱିଣ୍ଟର ଚେରି ମଧ୍ୟ କୁହାଯାଇଥାଏ । ଏଥିରେ ହିଲିଙ୍ଗ ଗୁଣ ରହିଥାଏ । ଅଶ୍ୱଗନ୍ଧା ମଣିଷର ମନ, ଶରୀର ଏବଂ ଆତ୍ମାକୁ ପୁଣିଥରେ ସତେଜ କରିଥାଏ । ଅଶ୍ୱଗନ୍ଧାରେ ଆଣ୍ଟିଅକ୍ସିଡେଣ୍ଟରେ ଭରି ରହିଥାଏ । ଶରୀରର ପ୍ରତ୍ୟେକ ଅଙ୍ଗକୁ ସତେଜ କରିବାକୁ ସାହାଯ୍ୟ କରିଥାଏ । ସହିବା ଶକ୍ତିକୁ ବୃଦ୍ଧି କରିବା ସହ ଏକ ଦୀର୍ଘ ସୁସ୍ଥ ଜୀବନ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ଏହା ଏକମାତ୍ର ଆଣ୍ଟି ଏଜେନ୍ସି ଖାଦ୍ୟ ହୋଇଥିବାରୁ ଏହାକୁ ଆପଣ ଡାଏଟରେ ସାମିଲ କରିପାରିବେ ।

ଅଶ୍ୱଗନ୍ଧାରେ ଅନେକ ଆଣ୍ଟି ଇମ୍ଫେକସନ୍ ଏବଂ ଗୁଣ ଭରି ରହିଥାଏ, ଯାହା ହାର୍ଟ ଏବଂ ପାଚନଶକ୍ତିରେ ସୁଧାର ଆଣିଥାଏ । ଏହି ଚେଳମୂଳିରେ ଭରପୁର ଔଷଧୀୟ ଗୁଣ ଶରୀରରେ ସର୍କରା ମାତ୍ରା କମ୍ କରିବା ସହ ଖରାପ କୋଲେଷ୍ଟୋଲ୍ କମ୍ କରିବାକୁ ସାହାଯ୍ୟ କରେ । ଅଶ୍ୱଗନ୍ଧା ଆଣ୍ଟି କାନ୍ସିନୋଜେନିକ୍ ହୋଇପାରେ ବୋଲି ପରୀକ୍ଷକ ଦାବି କରିଛନ୍ତି । ଯାହାର ଅର୍ଥ ହେଉଛି ଶରୀରରେ କୋଶକୁ ବିକାଶକୁ କମ୍ କରିବାରେ ଯାହାଯ୍ୟ କରେ । ଆଗରୁ ଶରୀରରେ ଥିବା କ୍ୟାନ୍ସର ଭଳି ମାରାତ୍ମକ ସେଲ ବିରୋଧରେ ଲଢ଼ିଥାଏ । ଏହା ସହିବା ଶକ୍ତି ବଢ଼ାଇବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।

Aswagandha root,

ଅଶ୍ୱଗନ୍ଧା ସତେଜ, ଚିନ୍ତା, ଅବସାଦ ଓ ଡିପ୍ରେସନ ସହ ଜଡ଼ିତ ଲକ୍ଷଣକୁ ଦୂର କରିଥାଏ । ଆୟୁର୍ବେଦ ସିଦ୍ଧାନ୍ତ ଅନୁସାରେ ଅଶ୍ୱଗନ୍ଧା ଚେରମୂଳି ଅବସାଦ ଓ ଚିନ୍ତା ମୁକ୍ତ ପାଇଁ ଲଢ଼ିବା ସହ ଅବସାଦ ବଢ଼ାଉଥିବା ହର୍ମୋନ ସ୍ତର କୁ କମ୍ କରିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିଥାଏ ।

ଅଶ୍ୱଗନ୍ଧା ନିୟମିତ ସେବନ ଦ୍ୱାରା ମନରେ ସକରାତ୍ମକ ଚିନ୍ତାଧାରା ଉତ୍ପନ୍ନ ହୋଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ । ଏହାକୁ ସେବନ ଦ୍ୱାରା ଭଲ ନିଦ ମଧ୍ୟ ହୋଇଥାଏ ।

ଅଶ୍ୱଗନ୍ଧାରେ ବିଶେଷ ଅର୍କ ରହିଥାଏ, ଯାହା ମସ୍ତିଷ୍କ କାର୍ଯ୍ୟକ୍ଷମରେ ସୁଧାର ଆଣିଥାଏ । ଦୁର୍ବଳ ସ୍ମୃତିଶକ୍ତିକୁ ଦୂର କରି ସ୍ମୃତି ଶକ୍ତି ବଢ଼ାଇଥାଏ । ଏହା ପିଲା ଏବଂ ୪୦ ବର୍ଷରୁ ଅଧିକ ଆୟୁର ବୟସ୍କଙ୍କ ପାଇଁ ଏକ ଭଲ ଔଷଧ । ମସ୍ତିସ୍କରେ ନାଇଟ୍ରିକ୍ ଏସିଡର ଉତ୍ପାଦନ ବଢ଼ାଇବା କାମ କରିଥାଏ । ଯାହା ଶରୀରରେ ଅମ୍ଳଜାନ ସ୍ତର ବଢ଼ାଇଥାଏ ।

ଏହା ଆମର ହର୍ମୋନ ସମସ୍ୟା ଏବଂ ଅସନ୍ତୁଳନ ଠିକ୍ କରିବାରେ ସାହାଯ୍ୟ କରିଥାଏ । ଏହା ଥାଇରଏଡ୍, ପୁରୁଷଙ୍କ ପ୍ରଜନନ କ୍ଷମତା ଏବଂ ଯୌନ ସ୍ୱାସ୍ଥ୍ୟକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.