ଉଦ୍ଧାର ହେଲେ ଅପହୃତ ବିବାହିତ ମହିଳା, ୫ଜଣଙ୍କୁ ଗିରଫ ସହ ପିସ୍ତଲ ଜବତ କଲା ହଣ୍ଡପା ପୋଲିସ୍

ଆଠମଲ୍ଲିକ(କେନ୍ଯୁଜ୍): ଉଦ୍ଧାର ହେଲେ ଅପହୃତ ବିବାହିତ ମହିଳା । ଘଟଣାରେ ୫ଜଣଙ୍କୁ ଗିରଫ ସହ ପିସ୍ତଲ ଜବତ କରିଛି ହଣ୍ଡପା ପୋଲିସ । ଆଠମଲ୍ଲିକ ଉପଖଣ୍ଡ ହଣ୍ଡପା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପିସ୍ତଲ ଦେଖାଇ ଅପହରଣ କରାଯାଇଥିଲା । ସୂଚନା ଅନୁଯାୟୀ, ଅଭିଯୁକ୍ତ ମଦନ ପ୍ରଧାନ ନାଗାଝରଣ ଗାଁରେ ଜଣେ ମହିଳାଙ୍କୁ ବିବାହ ୩ମାସ ପରେ ନିଯ୍ଯାତନା ଦେବାରୁ ମହିଳା ବାପାଘରକୁ ପଳାଇ ଯାଇଥିଲେ । ଉତକ୍ଷିପ୍ତ ମଦନ ପିସ୍ତଲ ଦେଖାଇ ଶଶୁର ଘରେ ଆତଙ୍କ ସୃଷ୍ଟି କରିଥିଲା । ଏହି ଅଭିଯୋଗରେ ପୋଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ଜେଲରୁ ଫେରିବା ପରେ ପ୍ରତିଶୋଧ ନେବାକୁ ଯାଇ ସ୍ତ୍ରୀଙ୍କ ବଡ ଭଉଣୀଙ୍କୁ ଅପହରଣ କରି ବୈରାଗୀପାଲି ଜଙ୍ଗଲରେ ରଖିଥିଲା ମଦନ । ସେଠାରୁ ପରିବାର ଲୋକଙ୍କୁ ଫୋନ କରି ପତ୍ନୀକୁ ନଛାଡ଼ିଲେ ବଡ ଭଉଣୀକୁ ହତ୍ୟା କରିବା ଧମକ ଦେଇଥିଲା । ଏନେଇ ପୋଲିସ ବିଭିନ୍ନ ଅଞ୍ଚଳରେ ଚଢାଉ କରି ମଦନ ସହ ୪ସହଯୋଗୀଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.