ଶରୀରରେ ଏପରି ଚିହ୍ନ ଦେଖୁଥିଲେ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ବ୍ଲଡ୍‌ କ୍ୟାନ୍‌ସରର ୧୦ ସଙ୍କେତ

ବେଳେ ବେଳେ ଆମେ ମୁଣ୍ଡ ବିନ୍ଧା କିମ୍ବା ଶରୀରରେ ଦେଖାଯାଉଥିବା ଚିହ୍ନକୁ ଅଣଦେଖା କରିଦିଅନ୍ତି । ହେଲେ ଆମ ପାଇଁ ଏହା ମାରାତ୍ମକ ହୋଇପାରେ । ତେଣୁ ଯଦି ଆପଣ ଶରୀରରେ ଏପରି ଚିହ୍ନ ଦେଖୁଛନ୍ତି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ହୁଏତ ବ୍ଲଡ୍‌ କ୍ୟାନ୍‌ସର ହୋଇପାରେ ।

ଇମ୍ୟୁନିଟି କମ୍‌ଜୋର କରିଥାଏ ଏଡି କ୍ୟାନ୍‌ସର :

ମାଇଲୋମା ପ୍ଲାଜ୍‌ମା ସେଲ୍‌କୁ ପ୍ରଭାବିତ କରିଥାଏ । ଯେଉଁଥିପାଇଁ ଇମ୍ୟୁନିଟି ହ୍ରାସ ହେବାରେ ଲାଗିଥାଏ । ହାଡ଼ ମଧ୍ୟ କମ୍‌ଜୋର୍‌ ହେବାରେ ଲାଗିଥାଏ । ବ୍ୟକ୍ତିର ଶରୀରରେ ଲଗାତାର କ୍ୟାଲ୍‌ସିୟମ୍‌ କମ୍‌ ହେବାରେ ଲାଗିଥାଏ ।

blood cancer.
photo credit: punjabkesari.com

ଏହି ସଙ୍କେତ ଦେଖାଦେଲେ ସମୟ ପୂର୍ବରୁ ଚିହ୍ନନ୍ତୁ ଏହି ରୋଗ

୧. ବ୍ଲଡ୍‌ କ୍ୟାନ୍‌ସର ଆରମ୍ଭ ହେଲେ ରୋଗୀର ମୁହଁ, ଗଳା, ଚର୍ମ ଓ ଲଙ୍ଗ୍‌ସରେ କେତେ ପ୍ରକାର ସମସ୍ୟା ଦେଖାଦେଇଥାଏ । ଓଜନ ମଧ୍ୟ ଦ୍ରୁତ ଗତିରେ କମିବାରେ ଲାଗିଥାଏ ।
୨. ରୋଗୀ ଦୁର୍ବଳ ଓ ଥକ୍କାପଣ ଅନୁଭବ କରିଥାଏ । ରକ୍ତରେ ଲୋହିତ ରକ୍ତ କଣିକା କମିବାରେ ଲାଗିଥାଏ ।
୩. ହାଡ଼ ଓ ମାଂସପେଶୀରେ ଦରଜ, ପେଟ ଦରଜ, ମଳ ତ୍ୟାଗ ବେଳେ ଦରଜ ଓ ଭୋକ ନ ଲାଗିବା ଭଳି ସମସ୍ୟା ଦେଖା ଦେଇଥାଏ ।
୪. ଅଚାନକ ବାନ୍ତି, ଚର୍ମ କୁଣ୍ଡାଇ ହେବା, ଶରୀରରେ ନୀଳ ଚିହ୍ନ ଓ ଦାନ୍ତରୁ ରକ୍ତ ଆସିବା ଏହି ରୋଗର ଲକ୍ଷଣ ।

blood cancer
photo credit: punjabkesari.com

ବ୍ଲଡ୍‌ କ୍ୟାନ୍‌ସର ଚିକିତ୍ସା

ବ୍ଲଡ୍‌ କ୍ୟାନ୍‌ସର ଓ ଅନ୍ୟ କ୍ୟାନ୍‌ସରରେ ଫରକ ରହିଥାଏ । ଡାକ୍ତରଙ୍କ ପାଇଁ ଏହା ଜାଣିବା ଜରୁରୀ ହୁଏ ଯେ ବ୍ଲଡ୍‌ କ୍ୟାନ୍‌ସର କୋଷିକାର ଉତ୍ପତ୍ତି ସ୍ଥଳ କେଉଁଠି । ବିଜ୍ଞାନ ଏବେ ଏତେ ଆଗେଇଲାଣି ଯେ ଏହି କ୍ୟାନ୍‌ସରକୁ ଭଲ କରାଯାଇ ପାରିବ । ତେବେ କ୍ୟାନ୍‌ସରର ଆରମ୍ଭ କେଉଁଠୁ ଜାଣିବା ନିହାତି ଆବଶ୍ୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.