Below header

ଛତିଶଗଡ଼ରେ ନକ୍ସଲ ହମ୍‌ଲା,୫ ଯବାନ ସହିଦ

କେନ୍ୟୁଜ୍(ବ୍ୟୁରୋ):  ଛତିଶଗଡ଼ରେ ନକ୍ସଲ ହମ୍‌ଲା । ୫ ଯବାନ ସହିଦ । ଛତିଶଗଡ଼ ବିଜାପୁରରେ ଆଣ୍ଟି ମାଓଇଷ୍ଟ ଅପରେସନ୍‌ ବେଳେ ନକ୍ସଲ-ପୋଲିସ ଗୁଳିବିନିମୟ ହୋଇଥିଲା। ତରିମ ଅଞ୍ଚଳରେ ସିଆରପିଏଫ୍‌ କୋବ୍ରା ବାହିନୀ, ଡିଆରଜି ଓ ଏସଟିଏଫ୍‌ ବାହିନୀର ମିଳିତ ଅପରେସନ୍‌ ବେଳେ ଯବାନଙ୍କ ଉପରକୁ ମାଓବାଦୀ ଗୁଳିମାଡ଼ କରିଥିଲେ ।

ପାଲଟା ଜବାବ ଦେଇଥିଲେ ମିଳିତ ବାହିନୀ । ତେବେ ମାଓବାଦୀଙ୍କ ଗୁଳିରେ ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି । କିଛି ମାଓବାଦୀ ମଧ୍ୟ ମୃତାହତ ହୋଇଛନ୍ତି । ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ଡିଆଇଜି ନକ୍ସଲ ଅପରେସନ୍‌ ଓପି ପାଲ୍‌ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.