Below header

ଓଜନ ହ୍ରାସ କରିବା ପାଇଁ ହେଉ କି ଡାଇବେଟିଜ୍‌, ବାଦାମକୁ ନିଶ୍ଚିତ ଭାବେ ନିଜ ବ୍ରେକଫାଷ୍ଟରେ କରନ୍ତୁ ସାମିଲ

ଓଜନ ବୃଦ୍ଧି ସମସ୍ୟା ହେଉ କି ଡାଇବେଟିଜ୍‌, ଭାରତରେ ଏହା ସାଧାରଣ ହୋଇଗଲାଣି। ଏହାର ମୁଖ୍ୟ କାରଣ ହେଉଛି ବିଗୁଡ଼ୁଥିବା ଜୀବନଶୈଳୀ ଏବଂ ଅନିୟନ୍ତ୍ରିତ ଭୋଜନ। ଯଦି ଆପଣ ନିଜ ବ୍ରେକଫାଷ୍ଟକୁ ହେଲ୍‌ଦି ବନାଇବେ, ତା’ହେଲେ ଅନେକ ରୋଗରୁ ମୁକ୍ତି ପାଇପାରିବେ। ବ୍ରେକଫାଷ୍ଟରେ ମୁଠାଏ ବାଦାମ ସାମିଲ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ, ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ବାଦାମରେ କ୍ୟାଲୋରୀ କମ୍‌ ମାତ୍ରାରେ ରହିଥାଏ। ତେଣୁ ଏହାକୁ ମୁଠାଏ ଖାଇଲେ ଓଜନ ବଢ଼ିବାର ଡର ନ ଥାଏ। ଏହାଛଡ଼ା ବାଦାମ ଆପଣଙ୍କ ଶରୀରର ମେଟାବଲିଜମ୍‌କୁ ଠିକ୍‌ ରଖିଥାଏ, ଯାହା ଓଜନ କମ୍‌ କରିବା ତଥା ନିୟନ୍ତ୍ରିତ ରଖିବାରେ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।

ବାଦାମକୁ ପ୍ରତିଦିନ ବ୍ରେକଫାଷ୍ଟରେ ସାମିଲ କରିବା ଦ୍ୱାରା ଆପଣ ଟାଇପ୍‌ ୨ ଡାଇବେଟିଜ୍‌ରୁ ମୁକ୍ତି ପାଇପାରିବେ। ବାଦାମରେ ହାଇ ଫାଇବର, ଅନ୍‌ସ୍ୟାଚୁରେଟେଡ୍‌ ଫ୍ୟାଟ୍‌ ଏବଂ ଲୋ କାର୍ବୋହାଇଡ୍ରେଟ ରହିଥାଏ। ଏହାସହିତ ଗ୍ଲୁକୋଜ୍‌ର ମାତ୍ରା ବହୁତ କମ୍‌ ଥିବାରୁ ଏହା ବ୍ଲଡ୍‌ ସୁଗାର ଲେବଲ୍‌କୁ କଣ୍ଟ୍ରୋଲ କରିଥାଏ।

ଯଦି ଆପଣ ହାଡ଼ ସମ୍ବନ୍ଧିତ ସମସ୍ୟାରୁ ନିଜକୁ ଦୂରେଇ ରଖିବାକୁ ଚାହାନ୍ତି, ତା’ହେଲେ କ୍ୟାଲସିୟମ୍‌ରେ ଭରପୂର ଜିନିଷ ନିଜ ଡାଏଟରେ ସାମିଲ କରନ୍ତୁ। ହାଡ଼ ପାଇଁ ଡାଏରୀ ପ୍ରଡକ୍ଟସ୍‌ ଛଡ଼ା ଆପଣ ବାଦାମ ବି ସାମିଲ କରିପାରିବେ। କାରଣ, ଏଥିରେ କ୍ୟାଲସିୟମ୍‌ ମହଜୁଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.