ଶିଳ୍ପା ପାଳିଲେ ଝିଅ ସମିଶାର ପ୍ରଥମ ଜନ୍ମ ଦିନ, ଇନ୍ସଟାଗ୍ରାମରେ ସେୟାର କଲେ କ୍ୟୁଟ ଫଟୋ

ବଲିଉଡ ଆକ୍ଟ୍ରେସ ଶିଳ୍ପା ସେଟ୍ଟୀଙ୍କ ଝିଅକୁ ଏକ ବର୍ଷ ପୁରିଛି । ପ୍ରଥମ ଜନ୍ମଦିବସ ଅବସରରେ ଶିଳ୍ପା ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ନିଜ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଝିଅ ସମିଶାର ଖୁବ ସୁନ୍ଦର ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋ ତଥା ଭିଡିଓ ଗୁଡିକରେ ସମିଶା ଏତେ ସୁନ୍ଦର ଦେଖାଯାଉଛିଯେ, ଯିଏ ବି ଦେଖୁଛନ୍ତି ତାଙ୍କ ଆଖି ଲାଖି ଯାଉଛି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତି, “ଆଜି ତମେ ବର୍ଷକର ହୋଇଯାଇଛ ।

 

ଆଉ ତମ ମୁହଁରୁ ମା’ଡାକ ଶୁଣିବା ହିଁ ମୋ’ ଜୀବନର ସବୁଠୁ ବଡ ଉପହାର । ତମକୁ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ତମକୁ ପ୍ରସ୍ତୁତ କରିବା, ତମର ଦାନ୍ତ ବାହାରିବା, ତମ ମୁହଁରୁ ବାହାରି ଥିବା ପ୍ରତିଟି ଶବ୍ଦ ମୋ’ପାଇଁ ମୂଲ୍ୟବାନ ।” ଶିଳ୍ପା ଗ୍ରାଣ୍ଡ ସେଲିବ୍ରେସନ ନ କରି ନିଜ ଘରେ ଏକ ଛୋଟ ପାର୍ଟି ଆୟୋଜନ କରିଥିଲେ । ଏହି ପାର୍ଟିରେ ପରିବାରର କିଛି ଲୋକ ହିଁ ସାମିଲ ହୋଇଥିଲେ । ଶିଳ୍ପା ଝିଅ ଜନ୍ମଦିନରେ ସେୟାର କରିଥିବା ଫଟୋ ଗୁଡିକରେ ଶିଳ୍ପା ଖୁବ ଖୁସି ଥିବା ନଜର ଆସୁଛନ୍ତି ।

 

ଆଉ କହିଛନ୍ତିକି, ତମ ଜୀବନର ପ୍ରତିଟି ମୁହୂର୍ତ୍ତ ଖୁବ ଖାସ । ମୁଁ ତମ ଜୀବନର ପ୍ରତିଟି ମୁହୂର୍ତ୍ତକୁ ସେଲିବ୍ରେଟ କରିବାକୁ ଚାହୁଁଛି । ଆମ ନନହି ପରିକୁ ପ୍ରଥମ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା । ଗତ ଏକ ବର୍ଷ ତମ ସହିତ ଖୁବ ଭଲରେ ବିତିଛି | ଆମ ଜୀବନରେ ଅନେକ ଖୁସି ଭରି ଦେଇଛି । ଆମେ ତମକୁ ଖୁବ ଭଲ ପାଉ । ପତି ରାଜ କୁନ୍ଦ୍ରା ବି ଶିଳ୍ପାଙ୍କ ଏହି ପୋଷ୍ଟକୁ ଟ୍ୟାଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.