ଶୀତଦିନେ ଉଜ୍ୱଳ ତ୍ୱଚା ପାଇଁ ଲଗାନ୍ତୁ ଅଳାଁ ଫେସପ୍ୟାକ୍, ରୁକ୍ଷ ତ୍ୱଚାରୁ ମିଳିବ ଛୁଟକାରା

ଅଳାଁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।ଅଳାଁ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ । ଏହା ସର୍ଦ୍ଦି, କାଶ ଓ କଫ ଆଦି ସମସ୍ୟାରୁ ରକ୍ଷା କରିଥାଏ । ଓମିକ୍ରନରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଦିନ ଅଳାଁ ଜରୁର ସେବନ କରନ୍ତୁ । ଏଥିରେ ଥିବା ବହୁମାତ୍ରାରେ ଭିଟାମିନ ସି, ଏମିନୋ ଏସିଡ, ପେକ୍ଟିନ ଭଳି ପୋଷକ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଅଳାଁ ଫୁସଫୁସ ଓ ମସ୍ତିସ୍କକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହ ସ୍କିନ ପାଇଁ ମଧ୍ୟ ଫାଇଦାଯୁକ୍ତ ହୋଇଥାଏ। ଅଳାଁରେ ଭିଟାମିନ ସି, ଆଇରନ, ବିଟା କେରୋଟିନ, ପୋଟାସିଅମ, କ୍ୟାଲସିଅମ ଭଳି ତତ୍ତ୍ୱ ରହିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କ ସ୍କିନରେ ଥିବା ଦାଗ, ତ୍ୱଚାରେ ଭାଙ୍ଗ କମ୍ କରିବା ସହିତ ରୁକ୍ଷ ତଥା ଶୁଷ୍କ ତ୍ୱଚା ପାଇଁ ଭଲ ହୋଇଥାଏ। ତେବେ ଅନେକ ଲୋକ ସକାଳୁ ଉଠି ଅଳାଁ ଜୁସ୍ ପିଇଥାନ୍ତି। କିନ୍ତୁ ଏହାକୁ ଆପଣ ଫେସପ୍ୟାକ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ। ତେବେ କେମିତି କରିବେ ଫେସପ୍ୟାକ୍:
ଟମାଟର ଓ ଅଳାଁ:
ଅଳାଁ ଫେସପ୍ୟାକ୍କୁ କରିବା ପାଇଁ ପ୍ରଥମେ ଟମାଟରରୁ ମଞ୍ଜି ବାହାର କରି ଭଲଭାବେ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏଥିରେ ଅଳାଁ ପାଉଡର ମିଶାଇ ଏହାକୁ ମୁହଁରେ ୧୫ ମିନିଟ୍ ଲଗାଇବା ପରେ ଧୋଇଦିଅନ୍ତୁ।

ଅମୃତ ଭଣ୍ଡା ଓ ଅଳାଁ :
ଏହାକୁ କରିବା ପାଇଁ ପାଚିଲା ଅମୃତଭଣ୍ଡାକୁ ଭଲ ଭାବେ ଚକଟି ସେଥିରେ ଅଳାଁ ପାଉଡର ମିଶାନ୍ତୁ। ଏହାକୁ ଏକ ଜାଗାରେ ଭଲ ଭାବେ ମିଶାଇ ତୁଳା ସାହାଯ୍ୟରେ ୨୦ ମିନିଟ୍ ଲଗାଇ ରଖିପାରିବେ। ତା’ ପରେ ଭଲଭାବେ ଧୋଇଦିଅନ୍ତୁ।
ଦହି ଓ ମହୁ ଏବଂ ଅଳାଁ:
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଅଳାଁ ପାଉଡର, ଦହି ଏବଂ ମହୁ ମିଶାନ୍ତୁ। ଏହାକୁ ଭଲ ଭାବେ ପେଷ୍ଟ ତିଆରି କରି ମୁହଁରେ ଭଲ ଭାବେ ଲଗାନ୍ତୁ। ୧୫ରୁ ୨୦ ମିନିଟ୍ ଲଗାଇବା ପରେ ଏହାକୁ ଧୋଇଦିଅନ୍ତୁ।
ଆପଣ ଚାହିଁଲେ ଅଳାଁ ଜୁସ୍କୁ ତୁଳା ସାହାଯ୍ୟରେ ମୁହଁରେ ଲଗାଇପାରିବେ। ଅଳାଁ ସ୍କିନକୁ ରଙ୍ଗ ସୁଧାରିବାରେ ସହାୟତା କରିଥାଏ। କିନ୍ତୁ ଏହାକୁ ସ୍କିନରେ ଲଗାଇବା ବେଳେ ଆଖିକୁ ବନ୍ଦ ରଖନ୍ତୁ।