Below header

ଆଜି ଡିନରରେ ପ୍ରସ୍ତୁତ କରନ୍ତୁ ଚିଜ୍‌ ଦୋସା, ଶୀତୁଆ ପାଗରେ ମଜା ଆଣିଦେବ

ଶୀତୁଆ ପାଗରେ ସବୁବେଳେ କିଛି ନା କିଛି ନୂଆ ଡିସ୍‌ ଖାଇବାକୁ ଇଚ୍ଛା ହୋଇଥାଏ। ଏହି ଥଣ୍ଡା ଥଣ୍ଡା ପାଗରେ ଗରମ ଗରମ ଖାଦ୍ୟ ବହୁତ ମଜା ଆଣିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ସ୍ୱାଦିଷ୍ଟ ଚିଜ୍‌ ଦୋସା ରେସିପି ନେଇ ଆସିଛୁ। ଯାହାକୁ ବନାଇବା ବହୁତ ସହଜ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ବିରି ଡାଲି – ୧୦୦ ଗ୍ରାମ୍‌
  • ଚଣା ଡାଲି – ୫୦ ଗ୍ରାମ୍‌
  • ଚାଉଳ – ସ୍ୱାଦାନୁସାରେ
  • ଲୁଣ – ସ୍ୱାଦାନୁସାରେ
  • ଚିଜ୍‌ – ୫୦ ଗ୍ରାମ
  • ଚିଲି ଫ୍ଲେକସ – ଆବଶ୍ୟକ ଅନୁସାରେ
  • ତେଲ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ଏକ ପାତ୍ରରେ ଚାଉଳ ଏବଂ ବିରି ମିଶାଇ ରାତି ସାରା ଭିଜାଇ ଦିଅନ୍ତୁ।
  • ସକାଳୁ ଉଠି ସେଥିରେ ଲୁଣ ମିଶାଇ ଗ୍ରାଇଣ୍ଡିଂ କରି ଘୋଳ ପ୍ରସ୍ତୁତ କରନ୍ତୁ।
  • ତାଓ୍ଵା ଗରମ କରି ତାହାଉପରେ ତେଲ ପକାଇ ଦିଅନ୍ତୁ।
  • ଏବେ ତାଓ୍ଵାରେ ଗୋଳ ପକାଇ ଗୋଲ ଗୋଲ ଆକାରରେ ବୁଲାନ୍ତୁ।
  • ସାଇଡରେ ତେଲ ଲଗାଇ ଦୋସାକୁ ଫ୍ରାଏ କରନ୍ତୁ।
  • ଏହା ଉପରେ ଚିଜ୍‌ ଏବଂ ଚିଲ୍ଲି ଫ୍ଲେକ୍ସ ପକାଇ ଫୋଲ୍ଡ କରନ୍ତୁ।
  • ଦୋସାର ଉଭୟ ପାଖକୁ ଭଲଭାବେ ସେକି ଦିଅନ୍ତୁ।
  • ଏହାକୁ ସର୍ଭିଙ୍ଗ ପ୍ଲେଟରେ ବାହାର କରି ନଡିଆ କିମ୍ବା ଟମାଟୋ ଚଟଣୀ ସହିତ ସର୍ଭ କରନ୍ତୁ।
  • ନିଅନ୍ତୁ ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଚିଜ୍‌ ଦୋସା।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.