ଡାକ୍ତରଙ୍କ ବଡ଼ ସଫଳତା : ଆମେରିକା ଯୁବକଙ୍କୁ ମିଳିଲା ନୂଆ ଜୀବନ, ଡାକ୍ତର ଲଗାଇଲେ ଅନ୍ୟର ଚେହେରା ଓ ଦୁଇ ହାତ

ଦିନକୁ ଦିନ ବିଜ୍ଞାନ ଯେତେ ଅଗ୍ରଗତି କରୁଛି ବୈଜ୍ଞାନିକଙ୍କ ଗବେଷଣା ନୂଆ କିଛି ପାଇବା ପାଇଁ ସେତେ ଅଧିକ ଜାରି ରହୁଛି । ଦିନେ ଚନ୍ଦ୍ରକୁ ଯିବା ସ୍ୱପ୍ନ ଥିଲା ହେଲେ ଆଜି ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ପହଞ୍ଚିଲେଣି । ମେଡିକାଲ ସାଇନ୍ସର ଅଗ୍ରଗତି ଏବେ ମଣିଷକୁ ନୂଆ ଜୀବନ ଦେଇଛି । ମଣିଷର ଅଙ୍ଗ ପ୍ରତିରୋପଣ ସଫଳତାର ସହ କରିପାରିଛି । ମନୁଷ୍ୟକୁ ଚିର ଯୌବନ ରଖିବାରେ ମଧ୍ୟ ଦାବି କରିଛି ବିଜ୍ଞାନ । ନିକଟରେ ଡାକ୍ତରମାନେ ଏପରି ଏକ ଅପରେସନ କରିଛନ୍ତି ଯାହା ମେଡିକାଲ ସାଇନ୍ସରେ ଏକ ବଡ଼ ଅଧ୍ୟାୟ । ଡାକ୍ତରମାନେ ଅପରେସନ ମାଧ୍ୟମରେ ଜଣେ ବ୍ୟକ୍ତିର ଦୁଇ ହାତ ଲଗାଇବା ସହ ତାଙ୍କର ଚେହେରା ମଧ୍ୟ ବଦଳାଇ ଦେଇପାରିଛନ୍ତି ।

ସୂଚନା ଅନୁଯାୟୀ ଏକ କାର୍‌ ଦୁର୍ଘଟଣାରେ ଆମେରିକାର ୨୨ ବର୍ଷ ବୟସ୍କ ଜୋ ଡିମିଓଙ୍କ ଶରୀରର ଅର୍ଦ୍ଧାଧିକ ଭାଗ ପୋଡିଯାଇଥିଲା । ଏପରିକି ସେ ଏହି ଦୁର୍ଘଟଣାରେ ତାଙ୍କର ଦୁଇ ହାତ ମଧ୍ୟ ହରାଇଥିଲେ । ଡିମିଓ ମାସାଧିକ କାଳ ମେଡିକାଲରେ ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟରେ ସେମିତି କିଛି ଅଗ୍ରଗତି ଦେଖିବାକୁ ମିଳିନଥିଲା । ଫଳରେ ଡାକ୍ତରମାନେ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରିବା ପାଇଁ ପ୍ରସ୍ତୁତି କଲେ । ଏଥିପାଇଁ ଜଣେ ଡୋନର ମଧ୍ୟ ମିଳିଗଲେ ।

joe
photo credit: hindi.news18.com

୨୦୨୦ରେ ଏକ ଡାକ୍ତରୀ ଦଳ ଡୋମିଓଙ୍କ ଦୁଇହାତ ଟ୍ରାନ୍ସପ୍ଳାଣ୍ଟ କରିବା ସହ ତାଙ୍କ ଚେହେରାର ମଧ୍ୟ ଟ୍ରାନ୍ସପ୍ଲାଣ୍ଟ କରିଥିଲେ । ହେଲେ ଡାକ୍ତରଙ୍କର ଭୟ ଥିଲା ଯେ ଡିମିଓଙ୍କ ଶରୀର କାଳେ ଏହି ବାହାର ଶରୀରକୁ ଗ୍ରହଣ କରି ନପାରେ ବୋଲି । ହେଲେ ତାଙ୍କ ଶରୀରରେ ସେମିତି କିଛି ଅସୁବିଧା ଦେଖାଦେଲାନି । ଡିମିଓ ଏବେ ହାତ ଉଠାଇ ପାରୁଛନ୍ତି ଓ ତାଙ୍କ ମୁହଁର ବିଭିନ୍ନ ଭାଗ କାମ କରୁଥିବା ଦେଖାଯାଇଛି । ଫଳରେ ତାଙ୍କର ଅପରେସନ୍‌ ସଫଳ ହୋଇଥିବା ଡାକ୍ତର କହିଛନ୍ତି ।

ଏଭଳି ଅପରେସନ୍‌ ୨୦୦୯ ମସିହାରେ ପ୍ୟାରିସରେ ହୋଇଥିଲା । ପରେ ୨୦୧୧ରେ ବୋଷ୍ଟନରେ ଜଣେ ମହିଳାଙ୍କର ହୋଇଥିଲା । ହେଲେ ଟ୍ରାନ୍ସପ୍ଲାଣ୍ଟର କିଛି ମାସ ପରେ ଏହି ରୋଗୀ ମୃତ୍ୟୁ ମୁଖରେ ପଡ଼ିଥିଲେ । କାରଣ ଶରୀର ବାହାର ଅଙ୍ଗକୁ ଗ୍ରହଣ କରି ପାରିନଥିଲା । ହେଲେ ଡୋମିଓଙ୍କ ସ୍ଥଳେ ସେପରି କିଛି ଦେଖାଯାଇନାହିଁ । ତାଙ୍କ ଅପରେସନ ସଫଳ ହୋଇଛି ବୋଲି ଡାକ୍ତରୀ ଟିମ୍‌ କହିଛନ୍ତି । ଯାହାକି ମେଡିକାଲ ସାଇନ୍ସର ଏକ ବଡ଼ ସଫଳତା ବୋଲି କହିଛନ୍ତି ଡାକ୍ତରୀ ଟିମ୍‌ । ୟୁନିସ୍କୋ ତଥ୍ୟ ଅନୁସାରେ ସାରା ଦୁନିଆରେ ପ୍ରାୟ ୧୮ ଫେସ୍‌ ଟ୍ରାନ୍ସପ୍ଲାଣ୍ଟ ଓ ୩୫ ହେଡ୍‌ ଟ୍ରାନ୍ସପ୍ଲାଣ୍ଟ କରିପାରିଛନ୍ତି ବୋଲି ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.