Below header

ନବରାତ୍ରିରେ ପ୍ରସ୍ତୁତ କରନ୍ତୁ ଟେଷ୍ଟୀ କୋକାନଟ୍‌ ରୋଲ୍‌

ଶାରଦୀୟ ଦୁର୍ଗାପୂଜା ଆସିବାକୁ ଯାଉଛି, ଆଉ ମାତ୍ର କେଇଟା ଦିନ ପରେ ମାତାରାଣି ସମର୍ପିତ କରିବେ। ଏହି ଦିନରେ ଭକ୍ତଗଣ ବ୍ରତ-ଉପବାସ କରନ୍ତି। କିନ୍ତୁ ଶରୀରରେ ଏନର୍ଜି ପାଇଁ ବ୍ରତ ସମୟରେ ଫଳାହାର ଗ୍ରହଣ କରାଯାଇଥାଏ। ଆଉ କିଛି ସ୍ପେଶାଲ ଡିସ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଯାହା ଆପଣଙ୍କୁ ବହୁତ ପସନ୍ଦ ଆସିବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧ ପାତ୍ରରେ ନଡିଆ କୋରା
  • ୧/୨ ପାତ୍ର ମିଲ୍କ ପାଉଡର
  • ଆବଶ୍ୟକତା ଅନୁସାରେ ସିଝା କ୍ଷୀର
  • ୧/୨ ବାଉଲ ଚିନି ପାଉଡର
  • ୧/୩ ଚାମଚ ଅଳେଇଚ ପାଉଡର
  • ୧ ଚିମୁଟା ଲାଲ ରଙ୍ଗ

ପ୍ରସ୍ତୁତି ପ୍ରଣାଳୀ

  1. କୋକାନଟ୍‌ ରୋଲ ବନାଇବା ପାଇଁ ସର୍ବପ୍ରଥମେ ନଡିଆ କୋରାରେ ମିଲ୍କ ପାଉଡର, ଚିନି ଗୁଣ୍ଡ, ଅଳେଇଚ ପାଉଡର ପକାଇ ଭଲଭାବେ ମିକ୍ସ କରନ୍ତୁ।
  2. ଏବେ ଏହି ମିଶ୍ରଣକୁ ସମାନ ଭାବରେ ବାଣ୍ଟି ଦିଅନ୍ତୁ ଏବଂ ଏକ ଭାଗରେ ଖାଇବା ନାଲି ରଙ୍ଗ ମିଶାଇ ଅଳ୍ପ କ୍ଷୀର ପକାଇ ଭଲଭାବେ ମିଶାନ୍ତୁ ଏବଂ ଏକ ଚକଟା ପ୍ରସ୍ତୁତ କରନ୍ତୁ।
  3. ଏହି ଚକଟାକୁ ମିଶାଇ ଚିକ୍କଣ ପ୍ରସ୍ତୁତ କରନ୍ତୁ।
  4. ଏବେ ଏକ କ୍ୟାରି ବ୍ୟାଗ ନିଅନ୍ତୁ ଏବଂ ସେହି ଚକଟାକୁ ଗୋଲ ଗୋଲ କରି ରଖିଦିଅନ୍ତୁ ଏବଂ ଅଳ୍ପ ଚେପଟା କରିଦିଅନ୍ତୁ।
  5. ତାହା ଉପରେ କ୍ଷୀର ପକାଇ ଲାଲ ରଙ୍ଗର ମିଶ୍ରଣକୁ ରଖନ୍ତୁ ଏବଂ ତାହା ଉପରେ କ୍ୟାରୀ ବ୍ୟାଗ ରଖି ବେଲି ଦିଅନ୍ତୁ।
  6. ଏବେ ବେଲା ହୋଇଥିବା ରୋଲକୁ ପେପର ଭଳି ରୋଲ କରିଦିଅନ୍ତୁ।
  7. ଏବେ ଏହି ରୋଲକୁ ଫ୍ରିଜରେ ୨ ଘଣ୍ଟା ପାଇଁ ସେଟ୍‌ ହେବା ପାଇଁ ରଖିଦିଅନ୍ତୁ।
  8. ଫ୍ରିଜରୁ ବାହାର କରି ୧ ଇଞ୍ଚ ଆକାରରେ କାଟି ଦିଅନ୍ତୁ।
  9. ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି କୋକାନଟ ରୋଲ ମିଠା।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.