ମାତ୍ର ୩ ହଜାର ଟଙ୍କାରେ କିଣନ୍ତୁ ୩୨ ଇଞ୍ଚିଆ ସ୍ମାର୍ଟ ଟିଭି, ଆଜି ସନ୍ଧ୍ୟା ୬ ଟାରୁ ଆରମ୍ଭ ହେଉଛି ବୁକିଂ

ଯଦି ଆପଣ ଏକ ସ୍ପିକର ମୂଲ୍ୟରେ ଏକ ବଡ ସ୍ମାର୍ଟ ଟିଭି କିଣିବାର ସ୍ବପ୍ନ ଦେଖୁଥାନ୍ତି । ତେବେ ଆପଣଙ୍କ ଏହି ସ୍ବପ୍ନ ଖୁବ ଶୀଘ୍ର ସତ ହେବାକୁ ଯାଉଛି । ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହୋଇଥିବା “ଆମାଜନ ଗ୍ରେଟ ଇଣ୍ଡିୟାନ ସେଲ”ରେ ଅକ୍ଟୋବର ୧୮ ଅର୍ଥାତ ଆଜି ମାତ୍ର ୩୨୩୨
ଟଙ୍କାରେ ୩୨ ଇଞ୍ଚର ସ୍ମାର୍ଟ ଟିଭି କିଣିବାର ସୁଯୋଗ ମିଳୁଛି । ତେବେ ଆସନ୍ତୁ ଏହି ଅଫର ବାବଦରେ ଜାଣି ରଖନ୍ତୁ ଓ ଶୀଘ୍ର ଅଫରର ସୁଯୋଗ ନିଅନ୍ତୁ ।

shinco

ଭାରତୀୟ ଟିଭି ବ୍ରାଣ୍ଡ Shinco ଆମାଜନ ସେଲରେ ଏହି ଖାସ ଅଫର ଦେଉଥିବା ନେଇ ଘୋଷଣା କରିଛି । ଆଜି ସନ୍ଧ୍ୟା ୬ ଟାରୁ ଏହାର ବୁକିଙ୍ଗ ସମୟ ଆରମ୍ଭ ହୋଇଯିବ । ଏହି ସେଲରେ ସ୍ଟକ ଥିବା ପର୍ଯ୍ୟନ୍ତ ୩୨ ଇଞ୍ଚର ସ୍ମାର୍ଟଟିଭି ମାତ୍ର ୩୨୩୨ ଟଙ୍କାରେ ଗ୍ରାହକ ମାନେ ପାଇପାରିବେ । କମ୍ପାନୀର ଏହି ଟିଭିରେ ଏଣ୍ଡ୍ରଏଡ଼ ୮ ର ସପୋର୍ଟ ବି ମିଳିପାରିବ । ଏହାବାଦ A + ଗ୍ରେଡ଼ ପ୍ୟାନେଲ, HRDP ଡିଷ୍ପ୍ଲେ ଟେକ୍ନୋଲୋଜି, ୧ ଜିବି ରାମ ସମେତ ୮ ଜିବିର ଷ୍ଟୋରେଜ ସପୋର୍ଟ ବି ମିଳିଯାଇପାରିବ । ଏହାବାଦ ଏଥିରେ ୨୦ ଵାଟ ସ୍ପିକର ସମେତ ବ୍ଲୁ ଟୁଥ ଫ୍ୟାସିଲିଟି ବି ରହିଛି ।

ଏହି ନୂଆ ଅଫର ଲଞ୍ଚ ଅବସରରେ Shinco କମ୍ପାନୀ ଫାଉଣ୍ଡର ଅର୍ଜୁନ ବଜାଜ କହିଛନ୍ତିକି, ଆମେ ଗତ ବର୍ଷ ଆମ ପ୍ରଥମ ଆନିଭର୍ସରି ଅବସରରେ ୫୫ ଇଞ୍ଚର ସ୍ମାର୍ଟ ଟିଭି ମାତ୍ର ୫୫୫୫ ଟଙ୍କାରେ ଉପଲବ୍ଧ କରିବା ନେଇ ଅଫର ଲଞ୍ଚ କରୁଥିଲୁ । ଏହାବାଦ Shinco ର 4 ke ଓ ଫୁଲ ଏଚଡ଼ି ଉପରେ ସାନଦାର ଅଫର ମିଳୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.