ଦୋଷାକୁ ଦିଅନ୍ତୁ କିଛିି ନୂଆ ସ୍ୱାଦ, ଏହାକୁ ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ମନ

ଯଦି ଆପଣ ଦୋସାକୁ ଏକ ନୂଆ ଏବଂ ଡିଫରେଣ୍ଟ ଟେଷ୍ଟ ଦେବାକୁ ଚାହୁଁଛନ୍ତି ତାହେଲେ ଥରେ ଚକୋଲେଟ ଦୋସା ଡିସ୍ ନିଶ୍ଚୟ ଟ୍ରାଏ କରନ୍ତୁ। ଏହା ଏକ ଏମିତି ଡିସ ଯାହାକୁ ଆପଣ ସକାଳର ଟିଫିନ ଠାରୁ ନେଇ ଭୋଜନ କିମ୍ବା ରାତି ଖାଇବା ପାଇଁ ମଧ୍ୟ ବନାଇପାରିବେ। ଏହାକୁ ବନାଇବା ବହୁତ ସହଜ ଏବଂ ଏହା ପିଲା ଠାରୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ବହୁତ ଆସିବ। ତାହେଲେ ଚାଲନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଚକୋଲେଟ ଦୋସା ପାଇଁ ଆବଶ୍ୟକ ସାମଗ୍ରୀ
- ୧୧/୨ କପ୍ ଦୋସା ପାଇଁ ଘୋଳ
- ୩ ବଡ ଚାମଚ ଚକୋଲେଟ ସିରପ୍
- ୪ ବଡ ଚାମଚ କଟା ଅଖରୋଟ
- ୮ ବଡ ଚାମଚ ନ୍ୟୁଟେଲା
- ୧ ବଡ ଚାମଚ ଲହୁଣୀ
ପ୍ରସ୍ତୁତି ପ୍ରଣାଳୀ
- ଏକ ଛୋଟ ପାତ୍ର ନିଅନ୍ତୁ ସେଥିରେ ଚକୋଲେଟ ସିରପ, ନ୍ୟୁଟେଲା ଏବଂ କଟା ହୋଇଥିବା ଅଖରୋଟକୁ ଏକା ସାଥିରେ ମିଶାନ୍ତୁ। ଏହାକୁ ଗୋଟେ ସାଇଡରେ ରଖିଦିଅନ୍ତୁ।
- ଏକ ଫ୍ଲାଟ ନନଷ୍ଟିକ ପ୍ୟାନ୍ ଗରମ କରନ୍ତୁ ଏବଂ ତାହା ଉପରେ ଲହୁଣୀ ଗରମ କରନ୍ତୁ। ତାହା ଉପରେ ଏକ ଚାମ ଦୋସାର ଘୋଳ ପକାନ୍ତୁ। ଏହାକୁ ସର୍କୁଲାର ମୋସନରେ ଭଲଭାବେ ମିଶାନ୍ତୁ। ଏହାକୁ ଭଲଭାବେ ହେବାକୁ ଛାଡନ୍ତୁ। ଦୋସା
- ହୋଇଗଲା ପରେ ଏହାକୁ ଆଉ ଥରେ ଓଲଟାଇ ଦିଅନ୍ତୁ ଏବଂ ଆଉ ଥରେ ଆଞ୍ଚରେ ବସାନ୍ତୁ।
- ଏବେ ଦୋସାକୁ ପ୍ଳେଟରେ ବାହାର କରିଦିଅନ୍ତୁ ଏବଂ ସାଇଡରେ ରଖିଥିବା ଚକୋଲେଟର ମିଶ୍ରଶକୁ ତାହା ଉପରେ ଳଗାଇ ଦିଅନ୍ତୁ। ଏବେ ଏହାକୁ ଦୋସା ଷ୍ଟାଇଲରେ ଗୁଡାଇ ପରଷନ୍ତୁ।