Below header

ପଞ୍ଚାୟତିରାଜ ଜନ ପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମନ୍ତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ହେବେ କ୍ଷୁଦ୍ର-ମଧ୍ୟମ ଶିଳ୍ପଦ୍ୟୋଗ,

କେନ୍ୟୁଜ୍(ବ୍ୟୁରୋ): ଏସଏଚଜିରୁ ହେବେ ବ୍ୟବସାୟୀ। ସ୍ୱୟଂ ସହାୟକ ଗୋଷ୍ଠୀ ହେବେ SME ବା କ୍ଷୁଦ୍ର-ମଧ୍ୟମ ଶିଳ୍ପଦ୍ୟୋଗୀ । ପଞ୍ଚାୟତିରାଜ ଜନ ପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମନ୍ତ୍ର । ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡରେସନ । ଆସନ୍ତା ୧୨ମାସ ମଧ୍ୟରେ ଏହି ଫେଡରେସନ ଗଠନ ହେବ। ଏହା ଜରିଆରେ ରାଜ୍ୟସ୍ତରୀୟ ଡିସିସନ୍‌ ମେକିଙ୍ଗରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି ।

୬ହଜାର ୮୦୦ କୋଟି ଋଣ ମହିଳାଙ୍କ ପାଖକୁ ଯାଇଛି । ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ଲାଗି ଲକ୍ଷ୍ୟ ରଖାଯାଇଛି । ୩ ବର୍ଷରେ ତିଆରି ହେବ ୫୦୦ ମିଶନ ଶକ୍ତି ବଜାର । ବିଦେଶରେ ବି ବିକ୍ରି ହେବ ଓଡ଼ିଶା ମହିଳାଙ୍କ ଦ୍ୱାରା ତିଆରି ଉତ୍ପାଦ । ସୁସ୍ୱାଦ ଖାଦ୍ୟପେୟ ଲାଗି ବ୍ଲକରେ ତିଆରି ହେବ ୫୦୦ ମିଶନ ଶକ୍ତି କାଫେ । ଏହାସହ ଲାଇନ ମ୍ୟାନ ହେବେ ମିଶନ ଶକ୍ତି ମହିଳା। ଆସନ୍ତା ବର୍ଷ SHG ମହିଳାଙ୍କୁ ଦିଆଯିବ ଲାଇନ ମ୍ୟାନ୍‌ ଟ୍ରେନିଂ । ବ୍ୟାକିଂ କରେସପଣ୍ଡେଣ୍ଟଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ବସିବା ଲାଗି ସ୍ଥାନ ଦିଆଯାଉ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.