୬ ମୁସଲମାନ ଛାତ୍ରୀଙ୍କୁ କଲେଜରୁ ବହିଷ୍କାର; ହିଜାବ ପିନ୍ଧି କ୍ଲାସ୍‌ କରିବା ପାଇଁ କରୁଥିଲେ ଜିଦି

କର୍ଣ୍ଣାଟକରେ ହିଜାବ ବିବାଦ ଏବେ ବି ଜାରି ରହିଛି। ଏଠାରେ ଏକ କଲେଜ ୬ ଜଣ ଛାତ୍ରୀଙ୍କୁ ବହିଷ୍କାର କରି ଦେଇଛି। ଖବର ମୁତାବକ, ଏହି ଛାତ୍ରୀମାନେ ବିନା ହିଜାବରେ କ୍ଲାସ୍‌ କରିବାକୁ ପ୍ରସ୍ତୁତ ନ ଥିଲେ। ଏହି ଘଟଣା ଦକ୍ଷିଣ କନ୍ନଡ଼ର ଉପିନାଙ୍ଗଡି ପିୟୁ କଲେଜର ବୋଲି ଜଣାପଡ଼ିଛି।

ଏଠାରେ ଛାତ୍ରୀମାନେ ହିଜାବ ପିନ୍ଧି କ୍ଲାସ୍‌ କରିବାକୁ ଜିଦି କରିଥିଲେ। ଏହାପରେ କଲେଜ ପ୍ରଶାସନ ସେମାନଙ୍କୁ ବହୁତ ବଝାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସେମାନେ କୌଣସି ମତେ ରାଜି ହୋଇ ନ ଥିଲେ, ଯାହାପରେ କଲେଜ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରିପୋର୍ଟ ମୁତାବକ, କଲେଜ ପ୍ରଶାସନ ଛାତ୍ରୀମାନଙ୍କୁ କୋର୍ଟଙ୍କ ଆଦେଶ ବୁଝାଇବା ସହିତ ଏହାକୁ ପାଳନ କରିବାକୁ କହିଥିଲେ। ତଥାପି ଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଏମିତି ସ୍ଥିତିରେ କଲେଜ ପ୍ରଶାସନ ଏକ ବୈଠକ ଡକାଇ ସମସ୍ତ ୬ ଜଣ ଛାତ୍ରୀଙ୍କୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.