ଏଣିକି ମେସେଜ୍‌ ପଠାଇବା ପରେ ବି କରିପାରିବେ ଏଡିଟ୍‌, ହ୍ଵାଟ୍ସଆପ୍‌ ଆଣୁଛି ନୂଆ ଫିଚର

ହ୍ଵାଟ୍ସଆପ୍‌ ପ୍ରତ୍ୟେକ ଦିନ ନିଜର ନୂଆ ନୂଆ ଫିଚର ଲଞ୍ଚ୍‌ କରେ। ଏବେ କମ୍ପାନୀ ଆପର ବିଟା ଭର୍ସନରେ ଏଡିଟ୍‌ ବଟନର ଟେଷ୍ଟିଙ୍ଗ କରୁଛି। ବର୍ତ୍ତମାନ ହ୍ଵାଟ୍ସଆପ୍‌ ପାଖରେ କୌଣସି ବି ଏଡିଟ ବଟନ୍‌ ନାହିଁ। ହ୍ଵାଟ୍ସଆପରେ ପଠାଯାଇଥିବା ମେସେଜକୁ ଡିଲିଟ୍‌ କରିପାରିବେ କିନ୍ତୁ ଏଡିଟ କରାଯାଇପାରୁନାହିଁ। କିନ୍ତୁ ଆଗକୁ ଏହି ଫିଚର ସାହାଯ୍ୟରେ ଆପଣ କାହାକୁ ବି ପଠାଇଥିବା ମେସେଜକୁ ଏଡିଟ୍‌ କରିପାରିବେ।

ରିପୋର୍ଟ ମୁତାବକ ହ୍ଵାଟ୍ସଆପ୍‌ ମେସେଜ୍‌ ରିଆକସନ୍‌ ଫିଚର ପରେ ଏବେ ଟେକ୍ସଟ ମେସେଜକୁ ଏଡିଟ କରିବା ଫିଚର ନିଜର ୟୁଜର୍ସଙ୍କ ପାଇଁ ଆଣୁଛି। ଯାହା ଆଗାମୀ ଅପଡେଟ ସହିତ ଲଞ୍ଚ୍‌ କରାଯାଇପାରିବ। ଏହାକୁ ନେଇ ଏକ ସ୍ମ୍ରୀନସଟ୍‌ ମଧ୍ୟ ସେୟାର କରାଯାଇଛି। ଯେଉଁଥିରେ ହ୍ଵାଟ୍ସଆପ ନୂଆ ଅପ୍ସନ ଡେଭଲପ୍‌ କରୁଛି, ଯାହାଦ୍ୱାରା ଆପଣ ଏଡିଟ ବି କରିପାରିବେ। ଏଥିରେ ୟୁଜର୍ସ ମେସେଜ୍‌ ପଠାଇବା ପରେ ମଧ୍ୟ ନିଜର ତ୍ରୁଟି ଥିବା ମେସେଜକୁ ଏଡିଟ କରି ସୁଧାର ବି କରିପାରିବେ। କିନ୍ତୁ ଯେମିତି ହିଁ ଆମେ ଆପଣଙ୍କୁ କହିଲୁ ଏହି ଫିଚର ଏବେ ଲଞ୍ଚ୍‌ ହୋଇନି, ଅର୍ଥାତ୍‌ ଆଗାମୀ ଦିନରେ ଆପଣ ଏହି ଫିଚରକୁ ବହୁତ ଜଲଦି ୟୁଜ୍‌ କରିବାକୁ ଯାଉଛନ୍ତି।

ହ୍ଵାଟ୍ସଆପ୍‌ ନିଜର ଏହି ଫିଚରକୁ ଆଣ୍ଡ୍ରଏଡ ବୀଟା, ଆଇଓଏସ ବୀଟା ଏବଂ ଡେସ୍କଟପ ସମସ୍ତଙ୍କ ପାଇଁ କାମ କରୁଛି। ଯଦିଓ ଏହାସହ ଜଡିତ ଥିବା ଏହ ଫିଚର ବିଷୟରେ କୌଣସି ସୂଚନା ମିଳିପାରିନାହିଁ।

ଏହାବ୍ୟତୀତ ନିକଟରେ ମ୍ୟାସେଜିଙ୍ଗ ଆପରେ ପେମେଣ୍ଟ ଫିଚର ମଧ୍ୟ ଲଞ୍ଚ୍‌ କରିଛି। ଏହାରି ମଧ୍ୟରେ ଆପଣ ହ୍ଵାଟ୍ସଆପ ପେମେଣ୍ଟ ଫିଚର୍ସର ବ୍ୟବହାରକୁ ବଢ଼ାଇବା ପାଇଁ କ୍ୟାସବ୍ୟାକ ଦେବା ମଧ୍ୟ ଆରମ୍ଭ କରିଦେଇଛି। ହ୍ଵାଟ୍ସଆପ୍‌ ପେମେଣ୍ଟ ନିଜର ଫ୍ରେଣ୍ଡସ କିମ୍ବା ଫ୍ୟାମିଲୀକୁ ଟଙ୍କା ପଠାଉଥିବା ୟୁଜରଙ୍କୁ ୩୫ ଟଙ୍କା କ୍ୟାସବ୍ୟାକ୍‌ ଦେଉଛି। କିନ୍ତୁ ଆପଣଙ୍କୁ ଏହା କହିବାକୁ ଚାହିଁବୁ ଯେ କ୍ୟାସବ୍ୟାକ୍‌ କେବଳ ତିନି ଥର ଏବଂ ତିନିଟି ଅଲଗା ଅଲଗା ନମ୍ବରକୁ ପଠାଇବା ଦ୍ୱାରା ମିଳିବ।