ବ୍ୟାଙ୍କରେ ପଶି ହିନ୍ଦୁ ମ୍ୟାନେଜରଙ୍କ ଉପରକୁ ଅନ୍ଧାଧୂନ ଗୁଳି ମାଡ଼ କଲା ଆତଙ୍କବାଦୀ; ସାମ୍ନାକୁ ଆସିଲା ହତ୍ୟାର ଛାତିଥରା ଭିଡିଓ

ଜମ୍ମୁ କାଶ୍ମୀର: କାଶ୍ମୀରରେ ଟାର୍ଗେଟ୍‌ କିଲିଂ ଘଟଣା ଥମିବାର ନାଁ ଧରୁନି। ଗୁରୁବାର ଦିନ ଦକ୍ଷିଣ କାଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆତଙ୍କବାଦୀ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛି। ଏହି ଆକ୍ରମଣର ସିସିଟିଭି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ଜଣେ ଆତଙ୍କବାଦୀ ପ୍ରଥମେ ବ୍ୟାଙ୍କ ଭିତରୁ ଉଣ୍ଡୁଛି। ସେ ବ୍ୟାଙ୍କରେ କେତେ ଭିଡ଼ ଅଛି ତାହା ଦେଖିବା ସହ ମ୍ୟାନେଜର କଣ କରୁଛନ୍ତି ତାହା ଉପରେ ନଜର ପକାଉଛନ୍ତି।

ଏହି ସମୟରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର ନିଜ ଡେସ୍କରେ ବସି କିଛି କାମ କରୁଥିବାର ନଜର ଆସିଛନ୍ତି। ଏହା ପରେ ବ୍ୟାଙ୍କ ମ୍ୟାନେଜର ନିଜ ଚେୟାରରୁ ଉଠି କାହା ସହ ମୋବାଇଲରେ କଥା ହେଉଛନ୍ତି। ଏହି ସମୟ ମଧ୍ୟରେ ଆତଙ୍କବାଦୀ ହାତରେ ଏକ ବ୍ୟାଗ୍‌ ନେଇ ବ୍ୟାଙ୍କ ଭିତରେ ପଶୁଛି। ଏବେ ସେ ଏପଟ ସେପଟ କୁଆଡ଼େ ନ ଦେଖି ସିଧାସଳଖ ବ୍ୟାଙ୍କ ମ୍ୟାନେଜରଙ୍କ ଆଡ଼କୁ ଆସୁଛି। ତା’ ପରେ ବ୍ୟାଗ୍‌ରୁ ପିସ୍ତଲ ବାହାର କରି ବ୍ୟାଙ୍କ ମ୍ୟାନେଜରଙ୍କ ଡେସ୍କ ଆଡ଼କୁ ଯାଉଛି ଓ ତାଙ୍କ ଉପରେ ଆଖିବୁଜା ଗୁଳି ମାଡ଼ କରୁଛି। ମ୍ୟାନେଜରଙ୍କୁ ଗୁଳି ମାରି ସାରିବା ପରେ ସେ ଆଖି ପିଛୁଳାକେ ସ୍ଥାନ ଛାଡ଼ି ଚାଲି ଯାଉଛି। ଏହା ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଅନ୍ୟପଟେ ଆତଙ୍କବାଦୀକୁ ଧରିବା ପାଇଁ ପୋଲିସ ସ୍ଥାନୀୟ ଅଞ୍ଚଳକୁ ନାକାବନ୍ଦୀ କରି ଦେଇଛି। ଆତଙ୍କବାଦୀକୁ ଗିରଫ କରିବାକୁ ପୋଲିସ ସବୁ ପ୍ରକାରର ଅଭିଯାନ ଆରମ୍ଭ କରିଛି ବୋଲି କହିଛି। ଏଥିସହ ଖୁବ୍‌ ଶୀଘ୍ର ହତ୍ୟାକାରୀକୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପୋଲିସ।

Also Read: ଓଟିଟି ପ୍ଲାଟଫର୍ମରେ ଧୁମ୍‌ ମଚାଇବାକୁ ଆସୁଛି ୟଶ୍‌ଙ୍କ ‘କେଜିଏଫ୍‌ ୨’, ଏବେ ମାଗଣାରେ ମଜା ନେଇପାରିବେ ଦର୍ଶକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.