ଲିଚୁ ଖାଆନ୍ତୁ ହେଲେ ଫିଙ୍ଗନ୍ତୁନି ଚୋପା…ଜାଣି ରଖନ୍ତୁ ଲିଚୁ ଚୋପାର ଜବରଦସ୍ତ ଫାଇଦା

ଫଳ ବଜାରରେ ଏବେ ଲିଚୁର ପସରା। ଯେଉଁଠି ଦେଖିବ, ସେଇଠି ଲିଚୁ। ଏହା ଏମିତି ଏକ ଫଳ, ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଆମେମାନେ ଲିଚୁ ଖାଇବା ପରେ ଏହାର ଚୋପାକୁ ଫିଙ୍ଗି ଦେଇଥାଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଲିଚୁ ଚୋପାର ବି ରହିଛି ଅନେକ ଫାଇଦା। ଏଥିରୁ ଆମକୁ ନାନା ଲାଭ ମିଳି ପାରିବ।

ଲିଚୁରେ ଭିଟାମିନ୍‌ ସି, ଫୋଲେଟ୍‌, ନିୟାସିନ, ରାଇବୋଫ୍ଲେଭିନ, ବିଟା କ୍ୟାରୋଟିନ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ, ଯେଉଁଥିରୁ ଆମ ଶରୀରକୁ ଅନେକ ଫାଇଦା ପହଞ୍ଚିପାରେ। ଏହା ବ୍ୟତୀତ ଏଥିରେ ପୋଟାସିୟମ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ, ଫସ୍‌ଫରସ, ଆଇରନ, କାର୍ବୋହାଇଡ୍ରେଟ୍‌ ଆଦି ଭରି ରହିଛି। ଏହି କାରଣରୁ ଲିଚୁକୁ ଖରାଦିନର ସୁପର ଫୁଡ୍‌ କୁହାଯାଇଥାଏ।

ଲିଚୁ ଖାଇବାର ଫାଇଦା

-ଶରୀର ହାଇଡ୍ରେଟ୍‌ ରହିଥାଏ

-ମୋଟାପଣ କମିଥାଏ

-ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ

-ଶୁଷ୍କ ଗଳାରୁ ଆରାମ ମିଳିଥାଏ

-ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ

-ରକ୍ତଚାପ କମ୍‌ କରିଥାଏ

-ଏନର୍ଜି ବଢ଼ାଇଥାଏ

-କ୍ୟାନସର ରୋଗରୁ ରକ୍ଷା କରିଥାଏ

-ତ୍ୱଚାରେ ସୁନ୍ଦରତା ଆଣିଥାଏ

lychee2
photo: medium

ଲିଚୁ ଚୋପାର ଫାଇଦା

-ଲିଚୁ ଚୋପାକୁ ଫେସ୍‌ ସ୍କ୍ରବ୍‌ ରୂପେ ଉପଯୋଗ କରାଯାଇ ପାରିବ। ଏଥିପାଇଁ ଚୋପାକୁ ମିକ୍ସର ଗ୍ରାଇଣ୍ଡରରେ ପକାଇ ସେଥିରେ ଚାଉଳ ଗୁଣ୍ଡ, ଆଲୋଭେରା ଜେଲ୍‌ ଓ ଗୋଲାପ ଜଳ ମିଶାଇ ପେସି ନିଅନ୍ତୁ। ଏହାକୁ ନିଜ ଚେହେରାରେ ମସାଜ କରି ସଫା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଚେହେରା ଉଜ୍ଜ୍ୱଳ ଦିଶିବ।

-ଲିଚୁ ଚୋପାକୁ ବେକରେ ଘଷିଲେ, ବେକରେ ଜମିଥିବା ମଇଳା ସଫା ହୋଇଯାଇଥାଏ। ଏଥିପାଇଁ ଆପଣଙ୍କୁ ଏକ ପେଷ୍ଟ୍‍ ପ୍ରସ୍ତୁତ କରିବାକୁ ହେବ। ପ୍ରଥମେ ଚୋପାକୁ ପେସି ସେଥିରେ ଲେମ୍ବୁରସ, ନଡ଼ିଆ ତେଲ ଓ ହଳଦୀ ମିଶାନ୍ତୁ। ଏହି ପେଷ୍ଟ୍‍ ଲଗାଇଲେ ବେକର ଡେଡ୍‌ ସେଲ୍ସ ବାହାରି ଯିବ।

-ଗୋଇଠିରୁ ମଇଳା ସଫା କରିବାରେ ଲିଚୁ ଚୋପା ବହୁତ ଲାଭଦାୟକ ହୋଇପାରେ। ଏଥିପାଇଁ ଚୋପାକୁ ଦରଦରା ପେସି ସେଥିରେ ମୁଲତାନୀ ମାଟି, ସେଓ ସିର୍‌କା ଓ ଖାଇବା ସୋଡ଼ା ମିଶାନ୍ତୁ। ଏହାକୁ ଗୋଇଠିରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ପାଣିରେ ଗୋଇଠି ସଫା କରି ନିଅନ୍ତୁ।

ଲିଚୁ ଖାଇବା ସମୟରେ ଧ୍ୟାନ ରଖନ୍ତୁ

ଲିଚୁକୁ ସୀମିତ ମାତ୍ରାରେ ସେବନ କରିବା ଉଚିତ। ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ସେବନ କଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ। ଅଧିକ ଲିଚୁ ଖାଇଲେ ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଶରୀର କୁଣ୍ଡେଇ ହେବା ଏବଂ ଶ୍ୱାସକ୍ରିୟାରେ ଅସୁବିଧା ଭଳି ସମସ୍ୟା ଦେଖାଦେଇପାରେ।