ଆଜି ଘରେ ପ୍ରସ୍ତୁତ କରନ୍ତୁ ଆଳୁ କଲରା ପତ୍ର ବେସର, ପାଟିରୁ ଛାଡିବନି ସ୍ୱାଦ

ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଯାହାକୁ ମଧୁମେହ ରୋଗୀ ସମେତ ସମସ୍ତଙ୍କ ପାଇଁ ଭଲ ହୋଇଥାଏ। ଏହାର ସ୍ୱାଦ ଏପରି ଆପଣଙ୍କୁ ଏକଦମ୍ ଗାଁର ଅନୁଭବ କରାଇବ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କଲରା ପତ୍ର ଆଳୁ ବେସର ତରକାରୀ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

କଟା କଲରା ପତ୍ର, ସିଝା ଆଳୁ, ସୋରିଷ-ରସୁଣ ପେଷ୍ଟ, ଶୁଖିଲା ଲଙ୍କା ବଟା, ଛୋଟ କଟା ହୋଇଥିବା ପିଆଜ, କଟା ଟମାଟୋ, ଲୁଣ ଓ ତେଲ ସ୍ୱାଦାନୁସାରେ।

ପ୍ରସ୍ତୁତ କରିବା ବିଧି

ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାଇ ଗୋଲଡେନ ବ୍ରାଉନ ହେବା ପର‌୍ୟ୍ୟନ୍ତ ଭାଜନ୍ତୁ। ତାପରେ ଏଥିରେ କଟା ଟମାଟୋ ଏବଂ ସୁଖିଲା ଲଙ୍କା ପେଷ୍ଟ ପକାଇ ଫ୍ରାଏ କରନ୍ତୁ। ଏହା ଅଳ୍ପ ଭାଜି ହୋଇଗଲା ପରେ ଏଥିରେ ସିଝା ଆଳୁ ଓ କଟା କଲରା ପତ୍ର ପକାଇ ଅଳ୍ପ ପାଣି ଦେଇ ଭାଜନ୍ତୁ। ୫ମିନିଟ୍ ପରେ ରଖା ଯାଇଥିବା ସୋରିଷ-ରସୁଣ ବଟା ଦେଇ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଅଳ୍ପ ସମୟ ପାଇଁ ଘୋଡାଇ ଦିଅନ୍ତୁ। ଏହାପରେ ଢ଼ାଙ୍କୁଣୀ ଖୋଲି ଚାମଚରେ ଚଲାଇ ଦିଅନ୍ତୁ। ପାଞ୍ଚ ମିନିଟ୍ ଆଞ୍ଚରେ ରଖିବା ପରେ ଆଳୁ କଲରା ପତ୍ର ବେସର ପ୍ରସ୍ତୁତ ହୋଇଯାଇଛି। ଏହାକୁ ଗରମା ଗରମ ଭାତ ସହିତ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.