ଭୁବନେଶ୍ୱର ଦାରୁଠେଙ୍ଗ ଗାଁରେ ଡ୍ରେନରେ ବୁଡ଼ାଇ ହତ୍ୟା ଉଦ୍ୟମ ଘଟଣା: ଦୁଇ ଜଣଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଦାରୁଠେଙ୍ଗ ଗାଁରେ ଡ୍ରେନରେ ବୁଡ଼ାଇ ହତ୍ୟା ଉଦ୍ୟମ ଘଟଣା । ଦୁଇ ଜଣଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ଆଜି ୨ ଜଣଙ୍କୁ କରାଯିବ କୋର୍ଟ ଚାଲାଣ । ଘଟଣାଟି ଗତକାଲି ଘଟିଥିଲା । ବୁଲୁ ବେହେରା ଓ ରବିନ୍ଦ୍ର ବେହେରାଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମିଜମାକୁ ନେଇ ବିବାଦ ଲାଗିରହିଥିଲା। ପକ୍ଷାଘାତରେ ଆକ୍ରାନ୍ତ ରବିନ୍ଦ୍ର ବେହେରା

daruthenga

ସବୁଦିନ ପରି ଗତକାଲି ଚାଲିବାକୁ ଯାଇଥିଲା। ଏହି ସମୟରେ ବୁଲୁଙ୍କ ସହ ତାଙ୍କର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ବୁଲୁ ତାଙ୍କୁ ମାରିବାକୁ ଉଦ୍ୟମ କରିବାରୁ ସେ ତାଙ୍କ ହାତକୁ କାମୁଡି ଦେଇଥିଲେ। ଏଥିରେ ବୁଲୁ ରାଗିଯାଇ ରବିନ୍ଦ୍ରଙ୍କୁ ମାଡ ମାରିବା ସହ ଡ୍ରେନରେ ବୁଡାଇ ହତ୍ୟା ଉଦ୍ୟମ କରିଥିଲେ । ଏହି ସମୟର ଛାତିଥରା ଭିଡିଓ ଭାଇରାଲ୍‌ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.