Below header

ଆପଣଙ୍କ ବରା ପିଆଜିର ମଜାକୁ ଆହୁରି ମଜାଦାର କରିଦେବ ପିଆଜ ଚଟଣୀ

ଆବଶ୍ୟକ ସାମଗ୍ରୀ

ଅଧା କିଲୋ ପିଆଜ – ଛୋଟ କଟା ହୋଇଥିବା
ସାତ କୋଲା ରସୁଣ – ଛୋଟ କଟା ହୋଇଥିବା
ଭୃସଙ୍ଗ ପତ୍ର – ସାତ ରୁ ୮ଟି
ଧନିଆ ପତ୍ର – ଏକ ଛୋଟ ଗିନା
ସୁଖିଲା ଲାଲ ଲଙ୍କା – ୨ଟି
ହଳଦି – ଏକ ଛୋଟ ଚାମଚ
ଲୁଣ – ସ୍ୱାଦାନୁସାରେ
ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ମିଡିୟମ୍ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ କରିବା ପାଇଁ ରଖନ୍ତୁ। ତେଲ ଗରମ ହେବା ପରେ ପିଆଜ, ରସୁଣ, ଭୃଷଙ୍ଗ ପତ୍ର, ଧନିଆ, ସୁଖିଲା ଲାଲ ଲଙ୍କା, ହଳଦି ଏବଂ ଲୁଣ ପକାଇ ଭାଜନ୍ତୁ। ପିଆଜକୁ ହାଲକା ଭାଜିଲା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏହାକୁ ଭଲଭାବେ ଗ୍ରାଇଣ୍ଡିଂ କରି ପେଶି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ପିଆଜ ଚଟଣୀ। ଏହାକୁ ଆପଣ ଗରମ ଗରମ ଦୋସା ସହିତ ମଜା ନିଅନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.