Below header

ବର୍ଷା ପାଗରେ ବନାନ୍ତୁ ଜୟପୁର ପ୍ରସିଦ୍ଧ ପିଆଜ କଚୁଡି, କେମିତି କରିବେ ପଢ଼ନ୍ତୁ ପ୍ରସ୍ତୁତି ପ୍ରଣାଳୀ

ରାଜସ୍ଥାନରେ ନମକିନ୍‌ ଦୋକାନରେ ପିଆଜ କଚୁଡି କିମ୍ବା ଆଳୁ ପିଆଜ କଚୁଡି ସହରେ ମିଳିଥାଏ। ବାସ୍‌ ଫରକ ଏତିକି ଯେ ଏଠାକାର ସ୍ୱାଦ ବହୁତ ନିଆରା। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ଆପଣ ରାଜସ୍ଥାନ ଜୟପୁର ପ୍ରସିଦ୍ଧ ପିଆଜ କଚୁଡି ବନାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨ କପ୍‌ ମଇଦା
  • ୧/୪ କପ୍‌ ତେଲ
  • ଲୁଣ ସ୍ୱାଦାନୁସାରେ
  • ୨ କପ୍‌ ଛୋଟ କଟା ପିଆଜ
  • ୨ ଚାମଚ ଘିଅ
  • ୧ ଚାମଚ କଲୋଞ୍ଜୀ
  • ୨ ଚାମଚ ପାନମଧୁରୀ
  • ୨ଟି ତେଜପତ୍ର
  • ଗୋଟିଏ ଛୋଟ କଟା ହୋଇଥିବା କଞ୍ଚା ଲଙ୍କା
  • ୨ ଚାମଚ ବେସନ
  • ୨ ଚାମଚ ଧନିଆ ପାଉଡର
  • ୨ ଚାମଚ ଲାଲ ଲଙ୍କା ପାଉଡର
  • ଦୁଇ ଚାମଚ ଗରମ ମସଲା
  • ୩ ଚାମଚ କଟା ଧନିଆ ପତ୍ର
  • ତେଲ ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  1. ସମସ୍ତ ସାମଗ୍ରୀକୁ ଏକ ପାତ୍ରରେ ମିଶାଇ ଦିଅନ୍ତୁ ଏବଂ ଆବଶ୍ୟକ ମାତ୍ରାରେ ଉଷୁମ ପାଣି ପକାଇ ଅଟା ଚକଟି ଦିଅନ୍ତୁ। ଅଟାକୁ ୪-୫ ମିନିଟ୍‌ ପାଇଁ ଭଲଭାବେ ଚକଟି ଦିଅନ୍ତୁ। ଅଟାକୁ ଓଦା କପଡାରୁ ୧୫ ମିନିଟ୍‌ ପାଇଁ ଘୋଡାଇ ରଖିଦିଅନ୍ତୁ।
  2. ପିଆଜ ଏକ ପ୍ୟାନରେ ତେଲ ଗରମ କରନ୍ତୁ। କଲୋଞ୍ଜୀ, ପାନମଧୁରୀ, ତେଜପତ୍ର, କଞ୍ଚା ଲଙ୍କା ଏବଂ ପିଆଜ ପକାଇ ମଧ୍ୟମ ଆଞ୍ଚରେ ୫ ମିନିଟ୍‌ ପାଇଁ ଭାଜନ୍ତୁ। ବେସନ, ଧନିଆ, ଲାଲ ଲଙ୍କା, ଗରମ ମସଲା ଏବଂ ଲୁଣକୁ ଭଲଭାବେ ମିଶାଇ ଦିଅନ୍ତୁ। ମଧ୍ୟମ ଆଞ୍ଚରେ ୨ ମିନିଟ୍‌ ପାଇଁ ଫ୍ରାଏ କରନ୍ତୁ। ଏବେ ଧନିଆ ପତ୍ର ପକାଇ ଭଲଭାବେ ମିଶାଇ ଦିଅନ୍ତୁ ଏବଂ ତେଜପତ୍ର ବାହାର କରି ହଟାଇ ଦିଅନ୍ତୁ।
  3. ଅଟା ଗୋଲାକୁ ନେଇ ବେଲି ଦିଅନ୍ତୁ। ପିଆଜ ମିଶ୍ରଣକୁ ଏହା ମଝିରେ ରଖି ଚାରିପାଖକୁ ଚାପି ଦିଅନ୍ତୁ। ଏବେ ଧୀରେ ଧୀରେ ଗୋଲ ଆକାର ଦେଇ ବେଲି ଦିଅନ୍ତୁ। ଏହାପରେ ତେଲକୁ ଗରମ କରନ୍ତୁ ଏବଂ ମଧ୍ୟମ ଆଞ୍ଚରେ ଛାଣି ଦିଅନ୍ତୁ। ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ ତାପରେ ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଗରମା ଗରମ ପିଆଜ କଚୁଡି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.