ରାଜ୍ୟରେ ବଢ଼ୁଛି ଶିଶୁ ସଂକ୍ରମଣ, ବରଗଡ଼ ଓ ଢ଼େଙ୍କାନାଳର ୨ଟି ସ୍କୁଲରେ ୪୩ ଛାତ୍ରଛାତ୍ରୀ ସଂକ୍ରମିତ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ ବଢୁଛି ଶିଶୁଙ୍କୁ ସଂକ୍ରମଣ । ବରଗଡ଼ ଓ ଢେଙ୍କାନାଳ ଜିଲ୍ଲାର ୨ଟି ସ୍କୁଲରେ ୪୩ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହେବା ପରେ ଚିନ୍ତା ପ୍ରକାଶ ପାଇଛି । ଏବେ ସେହି ସ୍କୁଲକୁ ବନ୍ଦ କରିଦିଆଯାଇଛି ।

ଗଣେଶ ପୂଜା ପରେ ଦୁଇଟି ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ସେପଟେ ପିଲାଙ୍କୁ ସଂକ୍ରମଣ ଉପରେ ପ୍ରତିକ୍ରିୟାରେ ଅଭିଭାବକଙ୍କୁ ପରୋକ୍ଷରେ ଦାୟୀ କରିଛି ସ୍ୱାସ୍ଥ୍ୟ ବିଭାଗ । ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିଲେ ନଲୁଚାଇ ଜଣାନ୍ତୁ ।

ଅଭିଭାବକ ନଜଣାଇଲେ ପରିସ୍ଥିତି ଭୟାବହ ହେବ । ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହୋଇପାରେ । ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, କରୋନାରେ ସ୍କୁଲକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଯଦି କାହା ପାଖରେ ଲକ୍ଷଣ ରହୁଛି ସେମାନେ ସ୍କୁଲ ନ ଆସନ୍ତୁ ।

ICUରେ ଦଶମିକ ୨ ପ୍ରତିଶତ ପିଲା ଅଛନ୍ତି । ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି । ହସପିଟାଲାଇଜେସନ୍ ରେଟ୍ରୁ ଜଣାପଡୁଛି ଅଧିକାଂଶ ପିଲା ମାଇଲଡ୍ ସଂକ୍ରମିତ ଅଛନ୍ତି । ଆର୍ ଭାଲ୍ୟୁ ଭୁବନେଶ୍ୱର ଓ କଟକରେ ୧ ଅଛି। ଉପକୂଳ ଅଞ୍ଚଳରେ ଦଶମିକ ୯ ପ୍ରତିଶତ ଅଛି ବୋଲି ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.