Below header

କେବେ ଖାଇଛନ୍ତି କି ସେଓ ରାବଡି, ସ୍ୱାଦ ଏମିତି ପାଟିରୁ ଛାଡିବନି

ଶ୍ରାବଣ ମାସ ଚାଲୁଛି। ଯଦି ଆପଣ ଓଷା କିମ୍ବା ବ୍ରତ କରୁଛନ୍ତି ତାହେଲେ ଏକ ବଢ଼ିଆ ସ୍ୱିଟ୍‌ ଡିସ୍‌ ବନାଇ ଖାଇପାରିବେ। ଆଜି ଆମେ ଆପଣଙ୍କୁ ଯେଉଁ ମିଠା ଡିସ୍‌ ବିଷୟରେ କହୁଛୁ ତାକୁ ବନାଇବାକୁ ଆପଣଙ୍କୁ ବେଶି ସମୟ ଲାଗିବନି। ମାତ୍ର କେଇ ମିନିଟରେ ଆପଣ ସେଓ ରାବିଡି ରେସିପି ବନାଇପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୭୫୦ ମିଲିଲିଟର କ୍ରୀମ୍‌
୧ ଟି ସେଓ
୩ ବଡ ଚାମଚ ଚିନି
୧ ମୁଠା କଟା ବାଦାମ୍‌
୧ ମୁଠା କଟା କାଜୁ
ଚିମୁଟାଏ ଅଳେଇଚ ପାଉଡର

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ସେଓର ଚୋପା ଛଡାଇ କଦ୍ଦୁକସ୍‌ କରିନିଅନ୍ତୁ।
  • ଏକ ପ୍ୟାନ ନିଅନ୍ତୁ ଏବଂ ପ୍ୟାନରେ କ୍ଷୀର ପକାଇ ଫୁଟାନ୍ତୁ। ଯେତେବେଳେ କ୍ଷୀର ଫୁଟି ଅଧା ହୋଇଯିବ ସେତେବେଳେ ଆଞ୍ଚକୁ ଧୀମା କରିଦିଅନ୍ତୁ।
  • କ୍ଷୀର ଫୁଟି ଅଧା ହୋଇଗଲେ ସେଥିରେ କଦ୍ଦୁକସ୍‌ କରିଥିବା ସେଓକୁ ପକାଇ ଦିଅନ୍ତୁ। ଏହାକୁ ଭଲଭାବେ ମିକ୍ସ କରିନିଅନ୍ତୁ ଏବଂ ୩-୪ ମିନିଟ୍‌ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।
  • ଏବେ ଏଥିରେ ଚିନି ପକାନ୍ତୁ ଏବଂ କିଛି ସମୟ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।
  • ଏହାପରେ ଏଥିରେ ଅଳେଇଚ ପାଉଡର ମିଶାନ୍ତୁ ଏବଂ କାଟି ରଖିଥିବା ବାଦାମ ଏବଂ କାଜୁକୁ ୧ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ।
  • ଏବେ ଆପଣଙ୍କର ଆପଲ ରାବଡି ପ୍ରସ୍ତୁତ ହୋଇଯାଇଛି। ଏହାକୁ ଗରମ କିମ୍ବା ଥଣ୍ଡା କରି ସର୍ଭ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.