Below header

ବିନା ପିଆଜ ରସୁଣରେ ପ୍ରସ୍ତୁତ କରନ୍ତୁ ଶାଗ ମୁଗ, ଟେଷ୍ଟ ଏକଦମ୍‌ ଅଲଗା ପ୍ରକାର

ରାମନବମୀ ଅବସରରେ ଯଦି ଆପଣ ବିନା ପିଆଜ ରସୁଣରେ କିଛି ରେସିପି ପ୍ରସ୍ତୁତ କରି ଖାଇବାକୁ ଚାହୁଁଛନ୍ତି। ତାହେଲେ ପ୍ରସ୍ତୁତ କରନ୍ତୁ ସାଗମୁଗ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟକର ମଧ୍ୟ। ତାହେଲେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

  • ଶାଗ– ୨୫୦ ଗ୍ରାମ କୋଶଳା, ପାଳଙ୍ଗ, ଲେଉଟିଆ (ଆପଣ ନିଜ ଇଚ୍ଛା ଅନୁଯାୟୀ ଶାଗ ନେଇପାରିବେ)
  • ମୁଗ – ୧୦୦ ଗ୍ରାମ
  • ଆଳୁ – ଗୋଟିଏ
  • ବାଇଗଣ – ଗୋଟିଏ
  • ମାଟିଆଳୁ – ଅଳ୍ପ (ଛୋଟ କଟା ହୋଇଥିବା)
  • ଅଦା – ଛୋଟ ଖଣ୍ଡେ
  • ପଞ୍ଚ ଫୁଟଣ – ୧ ଚାମଚ
  • ସୁଖିଲା ଲଙ୍କା – ୨ଟି
  • ଲୁଣ – ଆବଶ୍ୟକ ଅନସାରେ
  • ହଳଦି – ୧/୨ ଚାମଚ
  • ଘିଅ/ରିଫାଇନ୍‌ ତେଲ – ଏକ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗ୍ୟାସ୍‌ ଲଗାଇ ପ୍ୟାନରେ ମୁଗକୁ ସାମାନ୍ୟ ଭାଜି ଦିଅନ୍ତୁ। ଏହାପରେ ଏହାକୁ କୁକରରେ ହାଲକା ସିଝାଇଦେବେ। ଏହାପରେ ଅନ୍ୟ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଫୁଟଣ ଏବଂ ଲଙ୍କା ପକାଇ ତଡକା ଦିଅନ୍ତୁ। ଏହାପରେ ଏଥିରେ ଛେଚି ରଖିଥିବା ଅଦାକୁ ମିଶାଇ ଫ୍ରାଏ କରନ୍ତୁ। ଏହାପରେ କାଟି ରଖିଥିବା ଶାଗ ଏବଂ ଲୁଣ ହଳଦି ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଏଥିରେ ଛୋଟ କଟା ହୋଇଥିବା ଆଳୁ, ମାଟିଆଳୁ ଏବଂ ବାଇଗଣକୁ ପକାଇ ଚାମଚରେ ଭଲଭାବେ ଗୋଳାଇ ଢ଼ାଙ୍କୁଣୀରେ ଘୋଡାଇ ସିଝାନ୍ତୁ। କିଛି ସମୟ ପରେ ଏହିସବୁ ସାମଗ୍ରୀ ସିଝିଗଲା ପରେ ଏଥିରେ ସିଝାଇ ରଖିଥିବା ଡାଲିକୁ ପକାଇ କିଛି ସମୟ ଫୁଟାନ୍ତୁ। ଏହାପରେ ଗ୍ୟାସକୁ ବନ୍ଦ କରି ବିନା ପିଆଜ ରସୁଣରେ ପ୍ରସ୍ତୁତ ହୋଇଥିବା ଶାଗମୁଗକୁ ଗରମା ଗରମ ସର୍ଭ କରି ତାର ମଜା ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.