Below header

ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ୪ ଶିକାରୀଙ୍କୁ ଧରିଲା ବନବିଭାଗ

କେନ୍ଦୁଝର (କେନ୍ୟୁଜ୍‌) :  ଜଙ୍ଗଲରେ ନିଆଁ ଲିଭା କାର୍ଯ୍ୟରେ ବନ କର୍ମଚାରୀ ବ୍ୟସ୍ତ ଥିବାବେଳେ ଏହାର ଫାଇଦା ନେଉଛନ୍ତି ଶିକାରୀ ଦଳ । ଆଜି ସଂରକ୍ଷିତ ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ୪ ଜଣ ଶିକାରୀଙ୍କୁ ଘଟ ଗାଁ ବନ ବଭାଗ ଗିରଫ କରିଛି ।

ଘଟଗାଁ ବନାଞ୍ଚଳ ଅଧୀନ ଅଟେଇ ଜଙ୍ଗଲରେ ଦଳ ବଳ ହୋଇ ପଶୁ ଶିକାର କରିବାପାଇଁ ଯାଇଥିବାବେଳେ ଘଟଗାଁ ବନ କର୍ମଚାରୀ ଙ୍କ ହାବୁଡ଼ ରେ ପଡ଼ିଥିଲେ । ତେବେ ବନ ବିଭାଗ କର୍ମଚାରୀମାନଙ୍କୁ ଦେଖି ସମସ୍ତେ ଦଉଡି ପଳାଇଥିବା ବେଳେ ୪ ଜଣ ଙ୍କୁ କାବୁକରିଥିଲା ବନ ବିଭାଗ । ଉକ୍ତ ୪ ଶିକାରୀ ହେଲେ ଆନନ୍ଦପୁର ବ୍ଲକ ପନାସି ଝରଣ ଗ୍ରାମର ସନାତନ ସିଂ, ସୁନାରାମ ମାଝୀ, ମକରା ହୋ ଏବଂ ତୁଳସୀବଣି ଗ୍ରାମର ଯଦୁନାଥ ମାରାଣ୍ଡି । ଉକ୍ତ ୪ ଜଣ ଙ୍କ ଠାରୁ ଧନୁ ତିର ଜବତ କରିଛି ବନ ବିଭାଗ । ସେମାନଙ୍କୁ କୋଭିଡ ପରୀକ୍ଷା କରାଇ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର କୁଅଁର ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.