ସମୀରା ରେଡ୍ଡୀଙ୍କ ପୂରା ପରିବାରକୁ କରୋନା, ଦୁଇ ପିଲା ବି ହେଲେ ଭାଇରସ୍‌ର ଶିକାର

ବଲିଉଡ୍‌ ଅଭିନେତ୍ରୀ ସମୀରା ରେଡ୍ଡୀଙ୍କ ପୂରା ପରିବାର ଏବେ କରୋନା କବଳରେ। ସମୀରା ସୋମବାର କହିଛନ୍ତି କି, ତାଙ୍କ ସ୍ୱାମୀ ଅକ୍ଷୟ ବର୍ଦେ ଓ ତାଙ୍କର ଦୁଇ ପିଲା କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ଦିନକ ପୂର୍ବରୁ ସମୀରା ନିଜର କୋଡିଭ୍‌ ଯାଞ୍ଚ ବିଷୟରେ ସୂଚନା ଦେଇଥିଲେ।

୪୨ ବର୍ଷୀୟା ଏହି ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ କରି କହିଛନ୍ତି, ୪ ସଦସ୍ୟର ପରିବାର ଏହି ଭାଇରସ୍‌ କବଳକୁ ଆସିଯାଇଛି। ତାଙ୍କ ପାଞ୍ଚ ବର୍ଷର ପୁଅ ହଂସଠାରେ ପ୍ରଥମେ ଲକ୍ଷଣ ଦେଖାଯାଇଥିଲା। ଯେପରି ଜ୍ୱର, ଥକ୍କାପଣ, ଶରୀରରେ ଯନ୍ତ୍ରଣା, ପେଟ ଖରାପ ଇତ୍ୟାଦି। ଏହା ୪ ଦିନ ପର୍ଯ୍ୟନ୍ତ ଜାରି ରହିଥିଲା। ପରେ ସେ କୋଭିଡ୍‌ ପଜିଟିଭ ମିଳିଥିଲା।

ସମୀରା ଲେଖିଛନ୍ତି କି, ‘ମୋତେ ସ୍ୱୀକାର କରିବାକୁ ହେବ। ପ୍ରଥମେ ମୋତେ ପୂରା ଭୟ ଲାଗୁଥିଲା। କାହିଁକି ନା, ଆପଣଙ୍କୁ ଲାଗିଥାଏ କି, ଆପଣ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆପଣ ଏହିଭଳି ସ୍ଥିତି ପାଇଁ କେବେ ପ୍ରସ୍ତୁତ ହୋଇ ନ ଥାଆନ୍ତି।’ ପୁଅ ପରେ ସମୀରାଙ୍କ ଦୁଇ ବର୍ଷର ଝିଅଠାରେ ବି ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା। ଶେଷରେ ସମୀରା ଓ ତାଙ୍କ ସ୍ୱାମୀଙ୍କଠାରେ ଏହି ଲକ୍ଷଣ ମିଳିଥିଲା।

ସମୀରା ଆହୁରି ଲେଖିଛନ୍ତି କି, ସୌଭାଗ୍ୟବଶତଃ ମୋ ଶାଶୁ କରୋନା କବଳରେ ଆସିନାହାନ୍ତି ଏବଂ ସେ ଅଲଗା ରହୁଛନ୍ତି। ତାଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି। ପିଲାଙ୍କ ପରେ ଆମେ ସ୍ୱାମୀ, ସ୍ତ୍ରୀ ବି ପଜିଟିଭ ବାହାରିଛୁ। ଆମେ ଔଷଧ ଆରମ୍ଭ କରି ଦେଇଛୁ’।

 

View this post on Instagram

 

A post shared by Sameera Reddy (@reddysameera)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.