ହେବି ଖାଇବାକୁ ମନ ହେଉନି କି, ତେବେ ବନାନ୍ତୁ ତନ୍ଦୁରୀ ଚିକେନ୍ ସାଣ୍ଡଓ୍ଵିଚ୍

ତନ୍ଦୁରୀ ଚିକେନ ସାଣ୍ଡଓ୍ଵିଚ୍ ପାଇଁ ଆବଶ୍ୟକ ସାମଗ୍ରୀ
- ୨ ବଡ ଚାମଚ ହଙ୍ଗ୍ କର୍ଡ
- ୧/୪ ଛୋଟ ଚାମଚ ଗୋଲ ମରୀଚ
- ୧/୪ ଛୋଟ ଚାମଚ୍ ରସୁଣ ପେଷ୍ଟ
- ୧/୪ ଛୋଟ ଚାମଚ ଗରମ ମସଲା ପାଉଡର
- ୨ ସ୍ଲାଇସ୍ ବ୍ରେଡ୍
- ୧ ବଡ ଚାମଚ କଟା ପିଆଜ
- ୧ ବଡ ଚାମଚ ଲହୁଣୀ
- ୧ ଛୋଟ ଚାମଚ କଟା ଧନିଆ ପତ୍ର
- ଆବଶ୍ୟକ ଅନୁସାରେ ଲୁଣ
- ୧/୪ ଛୋଟ ଚାମଚ ଅଦା ପେଷ୍ଟ
- ୧/୨ ଛୋଟ ଚାମଚ ଲାଲ ଲଙ୍କା ପାଉଡର
- ୨ ପିସ୍ ଚିକେନ୍ ବ୍ରେଷ୍ଟ
- ୨ ବଡ ଚାମଚ ମେୟୋନିଜ୍
- ୧ ବଡ ଚାମଚ୍ କଟା ଟମାଟୋ
- ୧ ଛୋଟ ଚାମଚ ତନ୍ଦୁରୀ ମସଲା
ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ର ନିଅନ୍ତୁ ସେଥିରେ ଦହି, ଲୁଣ, ଗୋଲମରୀଚ, ଅଦା ଏବଂ ରସୁଣ ପେଷ୍ଟ, ଲାଲ ଲଙ୍କା ପାଉଡର, ତନ୍ଦୁରୀ ମସଲା ଏବଂ ଗରମ ମସଲାକୁ ଏକା ସାଥିରେ ମିକ୍ସ କରନ୍ତୁ। ଏହାକୁ ଗ୍ରାଇଣ୍ଡିଂ କରି ଏକ ମୋଟା ପ୍ୟୁରୀ ପ୍ରସ୍ତୁତ କରନ୍ତୁ। ଏହାକୁ ଭଲଭାବେ କୋଟ୍ କରିଦିଅନ୍ତୁ ଏବଂ ଏହାକୁ ୩୦ ମିନିଟ୍ ପାଇଁ ଅଲଗା ରଖିଦିଅନ୍ତୁ। ଏହାପରେ ଏକ ଗ୍ରିଲିଙ୍ଗ ପ୍ୟାନ୍ ଗରମ କରନ୍ତୁ, ଳହୁଣୀ ପକାନ୍ତୁ ଏବଂ ମ୍ୟାରିନେଟ୍ କରାଯାଇଥିବା ଚିକେନ ବ୍ରେଷ୍ଟକୁ ଭାଜି ଦିଅନ୍ତୁ। ଯେପରି ଏହା ସବୁଆଡୁ ଗ୍ରିଲ ହୋଇଥିବ। ଚିକେନକୁ ଭାଜିବା ପରେ ବା ଗ୍ରିଲ କରିବା ପରେ ଛୋଟ ଛୋଟ ଖଣ୍ଡରେ କାଟି ଅଲଗା ରଖିଦିଅନ୍ତୁ। ଦୁଇଟି ବ୍ରେଡ୍ ସ୍ଲାଇସରେ ମେୟୋନିଜ୍ ଲଗାଇ ଦିଅନ୍ତୁ। ଗୋଟେ ସ୍ଲାଇସରେ କଟା ପିଆଜ, ଧନିଆ ପତ୍ର ଏବଂ ଟମାଟୋ ଚିକେନ ରଖିଦିଅନ୍ତୁ। ସାଣ୍ଡଓ୍ଵିଚ୍ ବନାଇବା ପାଇଁ ଆଉ ଏକ ବ୍ରେଡ୍ ସ୍ଲାଇସରେ ଘୋଡାଇ ଦିଅନ୍ତୁ। ଅଳ୍ପ ଲହୁଣୀ ପକାଇ ସାଣ୍ଡଓ୍ଵିଚକୁ ଗ୍ରିଲ କରନ୍ତୁ। ସାଣ୍ଡଓ୍ଵିଚକୁ ଦୁଇ ପଟରୁ ଭଲଭାବେ ସେକିବା ପରେ ଏହାକୁ ତନ୍ଦୁରୀ ସସ୍ କିମ୍ବା ଗ୍ରୀନ୍ ଚଟଣୀ ସହିତ ସର୍ଭ କରନ୍ତୁ।