ଅତ୍ୟଧିକ ଉତ୍ତାପ ଓ ଆର୍ଦ୍ରତାରେ ମରିଗଲେ ୨୦୦୦ ଗାଈ, ଆମେରିକାରୁ ଆସିଲା ଭୟଙ୍କର ଭିଡିଓ

ଆମେରିକାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ବିଭିନ୍ନ କଂସେଇଖାନାରେ ୨୦୦୦ରୁ ଅଧିକ ଗାଈଙ୍କ ମୃତ୍ୟୁ ଘଟିଛି। ଆମେରିକାରେ ଅତ୍ୟଧିକ ଉତ୍ତାପ ଏବଂ ଆର୍ଦ୍ରତା ଯୋଗୁ ଗତ ୨ ଦିନ ଭିତରେ ଗାଈମାନଙ୍କ ମୃତ୍ୟୁ ଘଟିଥିବା ଏକ ରିପୋର୍ଟରେ କୁହାଯାଇଛି। ତେବେ ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ ଜାଗାରେ ହଜାର ହଜାର ଗାଈଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳୁଛି।
ଏହି ହୃଦୟବିଦାରକ ଭିଡିଓକୁ କେହି ଟିକ୍ଟକରେ ସେୟାର କରିଥିଲେ, ଯାହାକି ପରେ ଅନ୍ୟ ସୋସିଆଲ ମିଡିଆ ଫ୍ଲାଟଫର୍ମରେ ଭାଇରାଲ ହୋଇଥିଲା। ଏକ କ୍ଷେତରେ ହଜାର ହଜାର ମୃତ ଗାଈ ପଡ଼ିଥିବା ନଜର ଆସୁଛି।
ୟୁଏସ୍ଏ ଟୁଡେର କହିବା ମୁତାବକ, ଅଧିକ ଆର୍ଦ୍ରତା ସ୍ତର କାରଣରୁ ଓ୍ଵିକେଣ୍ଡ୍ରେ ଗାଈମାନଙ୍କର ମୃତ୍ୟୁ ଘଟିଛି। ଏଥିରେ କୁହାଯାଇଛି ଯେ ଗାଈମାନଙ୍କ ମୃତ୍ୟୁ ବିଷୟରେ କନ୍ସାସ ସ୍ୱାସ୍ଥ୍ୟ ଓ ପରିବେଶ ବିଭାଗକୁ ସୂଚନା ଦିଆଯାଇଥିଲା। ଏହାପରେ ବିଭାଗ ତରଫରୁ ଗାଈମାନଙ୍କ ଶବ ଉଠାଇବା ପାଇଁ ସେଠାରେ ବ୍ୟବସ୍ଥା କରାଯାଇଥିଲା।
କହି ରଖୁଛୁ, ଟେକ୍ସାସ୍ ଏବଂ ନେବ୍ରାକ୍ସା ପରେ କାନ୍ସାସ ହେଉଛି ଆମେରିକାର ତୃତୀୟ ବୃହତ୍ତମ ଗୋରୁ ରାଜ୍ୟ। ଏଠାରେ ୨.୪ ମିଲିୟନରୁ ଅଧିକ ଗୋରୁ ଅଛନ୍ତି।
Apparently this is video of the 3000 cattle that died in SW Kansas. Original tweet said heat, farmer I talked in Kansas said it wasn’t the heat. pic.twitter.com/OlPks10ji8
— bu/ac (@buperac) June 15, 2022