ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଳକର କନିଷ୍ଠ କିରାଣୀ

ମୟୂରଭଞ୍ଜ (କେନ୍ୟୁଜ): ପୁଣି ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ। ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାଯର୍‌ୟାଳୟର କନିଷ୍ଠ କିରାଣୀ ବିକ୍ରମ ବେହେରା। ଅବସରପ୍ରାପ୍ତ ଶିକ୍ଷକ ବିଶିକେଶନ ଗୋଚ୍ଛାୟତଙ୍କୁ ବକେୟା ପେନସନ୍‌ ବିଲ୍‌ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ।

ବାରିପଦା ଆସି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାଯର୍‌ୟଳୟ ପରିସରରେ ଲାଞ୍ଚ ନେବା ବେଳେ ଗିରଫ କଲା ବାରିପଦା ଭିଜିଲାନ୍ସ ୟୁନିଟ୍‌। ଅବସରପ୍ରାପ୍ତ ଶିକ୍ଷକ ତାଙ୍କର ବକେୟା ବିଲ୍‌ ପାସ କରିବା ପାଇଁ ବାରମ୍ବାର କାଯର୍‌ୟାଳୟ ଦୌଡି ଥିଲେ ମଧ୍ୟ ବିଲ୍‌ ପାସ ହେଉ ନ ଥିଲେ। କିରାଣୀ ବିକ୍ରମ ଏହି ବିଲ୍‌ ପାସ କରିଦେବେକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ଘଟଣାକୁ ନେଇ ଅବସରପ୍ରାପ୍ତ ଶିକ୍ଷକ ବାରିପଦା ଭିଜିଲାନ୍ସ ୟୁନିଟର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ଅପରାହ୍ନ ୪ ଟା ସମୟରେ ବାରିପଦା ସଯତିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାଯର୍‌ୟାଳୟ ପରିସରରେ କିରାଣୀ ବିକ୍ରମ ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଏସ୍‌ପିଙ୍କ ତତ୍ୱାବଧାନରେ ଚଢାଉ କରାଯାଇ ଲାଞ୍ଚ ଟଙ୍କା ତାଙ୍କ ନିକଟରୁ ଜବତ କରିବା ସହ ତାଙ୍କୁ ଗିରଫ କରିଛି। ତାଙ୍କ କାଯର୍‌ୟାଳୟରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.