Below header

ପିଲାନହେବାକୁ ନେଇ ମହିଳାଙ୍କ ଠାରୁ ପୁରୁଷ ଏବେ ବେଶୀ ପରିମାଣରେ ଦାୟୀ, ଜାଣନ୍ତୁ କାହିଁକି

ପିଲାନହେବାକୁ ନେଇ ସମାଜ ସବୁବେଳେ ଝିଅଟିକୁ ଦୋଷ ଦିଆଯାଇଥାଏ । ତାକୁ ଏକ ଭିନ୍ନ ଦୃଷ୍ଟିକୋଣରେ ଦେଖିଥାଏ । କିନ୍ତୁ ଏଠି ପରିସଂଖ୍ୟନ କିଛି ଅଲଗା କଥା କହୁଛି । ଏଭଳି ମାମଲାରେ ପୁରୁଷ ସମ୍ବନ୍ଧିତ ସମସ୍ୟା ୫୦ପ୍ରତିଶତ ରହିଛି । ଅର୍ଥାତ ୫୦ ପ୍ରତିଶତ ସମସ୍ୟା ପୁରୁଷଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଭାରତରେ ଏଭଳି ସ୍ଥିତିର କାରଣକୁ ନେଇ ଡବ୍ଲୁଟିଓର ଆକଳନ ଅନୁଯାୟୀ ପିଲାନହେବାର ସବୁ ମାମଲାକୁ ଦେଖିଲେ ଏଥିରେ ପାଖାପାଖି ଅଧିକ ପୁରୁଷ ଯୋଡି ହେଉଛନ୍ତି । ପୁରୁଷଙ୍କ ମଧ୍ୟରେ ପ୍ରଜନନ କ୍ଷମତାର ଅଭାବ ହେତୁ ଏହି ସମସ୍ୟା ବଢିବାରେ ଲାଗିଛି । ଏହାକୁ ନେଇ ଏମସର ଚିକିତ୍ସକଙ୍କ ଅନୁଯାୟୀ ପ୍ରତିବର୍ଷ ଭାରତରେ ପାଖାପାଖି ୧.୨ରୁ ୧.୦କୋଟି ଦମ୍ପତ୍ତି ଏହି ସମସ୍ୟାକୁ ନେଇ ଯାଞ୍ଚ କରନ୍ତି । ସେଥିରେ ଜାଣିବାକୁ ମିଳିଛି କି ଯେଉଁଠାରେ ଭାରତୀୟ ଯୁବକଙ୍କ ଶୁକ୍ରାଣୁର ଗଣନା ତିନି ଦଶକ ପୂର୍ବରୁ ୬କୋଟି ପ୍ରତି ଏମଏଲରେ ଯାଉଥିଲା । କିନ୍ତୁ ଏବେ ତାହା ୨କୋଟିରେ ସୀମିତ ।

ଏଭଳି ମାମଲା ବୟସ ଅନୁସାରେ ବି ବଢିଥାଏ । ଯାହାକି ମହିଳାଙ୍କଠାରେ ବି ଦେଖାଯାଏ । ସିନିୟର ଆଇଭିଏଫର ଜଣେ ସ୍ପେସାଲିଷ୍ଟଙ୍କ କହିବା କଥା କି ପୁରୁଷ ପ୍ରଜନନ କ୍ଷମତାର ଅଭାବ ହେତୁ ଅନେକ କଥା ସାମନାକୁ ଆସୁଛି । ଯାହାକୁ କାରଣ ଭାବେ ବି ନିଆଯାଇପାରେ । ଏହାର ମୁଖ୍ୟ କାରଣ ସବୁ ଭିତରେ ଖରାପ ଜୀବନଶୈଳୀ, ଶାରୀରିକ ଗତିବିଧିର ଅଭାବ, ଅଧିକ ଚିନ୍ତା, ପ୍ରଦୁଷଣ, ଖରାପ ଖାଦ୍ୟ, ମାଦକ ଦ୍ରବ୍ୟ ସେବନ, ଧୂମ୍ରପାନ ପାଇଁ ବି ବଢୁଛି । ବିଶେଷ ଭାବରେ ମଦ୍ୟପାନ, ଧୂମ୍ରପାନ ଓ ଖରାପ ଜୀବନଶୈଳୀ ହେଉଛି ଏହାର ବଡ କାରଣ ଭାବରେ ଉଭା ହେଲାଣି । ଯାହା ଶୁକ୍ରାଣୁର ଅଭାବ ପାଇଁ ଦାୟୀ କୁହାଯାଇପାରେ ।

ଉଦାହରଣ ସୂରୁପ ଯଦି ଆପଣ ସିଗାରେଟ ପିଉଛନ୍ତି ତେବେ ଆପଣଙ୍କ ଶରୀରରେ ୭୦୦୦ରୁ ଅଧିକ କେମିକାଲ ଆଣ୍ଡ ରିଆକ୍ଟିଭ ଅକ୍ସିଜେନ ସ୍ପେସିଜ ପହଞ୍ଚୁଛନ୍ତି । ଯାହା ବିଶେଷ ଭାବରେ ଶୁକ୍ରାଣୁର କ୍ଷମତାକୁ ପ୍ରଭାବିତ କରୁଛି ଓ ଏହାର ସଂଖ୍ୟା ମଧ୍ୟ କମୁଛି । ଧୁମ୍ରପାନ ହେତୁ କେବଳ ଶୁକ୍ରାଣୁ ସଂଖ୍ୟା କମୁଛି ତାହା ନୁହେଁ ବରଂ ଏହା ଗୁଣବତ୍ତା ମଧ୍ୟ ନଷ୍ଟ କରିଥାଏ । ଏହା ଛଡା ଧୂମ୍ରପାନ ଓ ସ୍ପର୍ମ କନସନଟ୍ରେସନ ମଧ୍ୟରେ ବି ସମ୍ପର୍କ ରହିଛି । ଯେଉଁ ବ୍ୟକ୍ତି ପ୍ରତିଦିନ ୨୦ରୁ ଅଧିକ ସିଗାରେଟ ପାନ କରୁଛନ୍ତି ସେମାନଙ୍କର ଶୁକ୍ରାଣୁ ସଂଖ୍ୟା ଅନ୍ୟମାନଙ୍କ ତୁଳନାରେ ୧୭ପ୍ରତିଶତ କମ ପରିଲକ୍ଷିତ ହେଉଛି । ପେଟରନାଲ ସ୍ମୋକିଙ୍ଗ ମଧ୍ୟ ବିଫଳତାର ମୁଖ୍ୟ କାରକ ।

ଅନେକ ଅଧ୍ୟୟନରେ ମଦ୍ୟପାନ ଓ ଶୁକ୍ରାଣୁର ଅଭାବ ଭିତରେ ସମ୍ବନ୍ଧ ଦେଖାଯାଏ । ଅଧିକ ମଦ୍ୟପାନ ପାଇଁ ଶୁକ୍ରାଣୁର ଗତିଶୀଳତା ଓ ଏହାର ଆକାର ଉପରେ ବି ପ୍ରଭାବ ପଡିଥାଏ । ଅଧିକ ମଦ୍ୟପାନ ହର୍ମୋନର ସ୍ତର ମଧ୍ୟ କମାଇଥାଏ । ଯାହାଫଳରେ ହରମୋନ ଉତ୍ପାଦନରେ ବାଧା ପହଞ୍ଚେ ଓ ଟେଷ୍ଟୋଷ୍ଟିରନ ସହ ଲିଡିଙ୍ଗ ସେଲ୍ସର କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ ।

ଜଙ୍ଗ ଫୁଡ, ପ୍ରୋସେସ୍ଡ ଫୁଡ, ଫ୍ରାଏଡ ଫୁଡ ଓ ଅଧିକ ଚିନି ଓ ଲବଣ ଯୁକ୍ତ ଖାଦ୍ୟ ପାଇଁ ମୋଟାପା, ମଧୁମେହ, ହାର୍ଟଡିଜିଜ ଭଲି ପରିସ୍ଥିତି ଉପୁଜୁଛି । ଏସବୁ ସମସ୍ୟା ବି ଏକ କାରଣ । ଏକ ନୂଆଁ ଅଧ୍ୟୟନରୁ ଜଣାପଡିଛି କି ଯେଉଁମାନେ ଅଧିକ ପ୍ରୋସେସ୍ଡ ମିଟ ଖାଉଛନ୍ତି ସେମାନଙ୍କ ସ୍ପର୍ମ ସେଲ୍ସ ଅନ୍ୟଙ୍କ ତୁଳନାରେ କମ ରହୁଛି ।

ଏମିତିକି ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ରାଡିଏସନ ଓ ପେଷ୍ଟିସାଇଡ ଭଳି ଖତରନାକ ଉତ୍ପାଦଙ୍କ ମଧ୍ୟରେ ବାରମ୍ବାର ସମ୍ପର୍କରେ ରହିବା ଫଳରେ ଶୁକ୍ରାଣୁଙ୍କ ସଂଖ୍ୟା, ମରଫୋଲୋଜି ଓ ମୋଟିଲିଟି ଉପରେ ଖରାପ ପ୍ରଭାବ ପକାଉଛି । ଅନ୍ୟପଟେ ପରିବା ଉପରେ କୀଟନାଶକ ଓ ରସାୟନିକ ପଦାର୍ଥର ବ୍ୟବହାର ଅଧିକ ବଢିଗଲାଣି । ଯାହାଫଳରେ ଏହା ମଧ୍ୟ ଏକ କାରଣ । ଅଧିକ ସ୍ମାର୍ଟଫୋନ, ଲ୍ୟାପଟପ, ମାଇକ୍ରୋୱେବ ଭଳି ଉପକରଣ ହେତୁ ରେଡିଏସନ ଏସବୁର ମଧ୍ୟ କାରକ ।

ଏସବୁ ଭିତରେ ବଡକଥା ହେଉଛି ଷ୍ଟେରଏଡ । ଷ୍ଟେରଏଡର ବ୍ୟବହାର ବର୍ତ୍ତମାନ ବହୁମାତ୍ରାରେ ବ୍ୟବହାର କରାଯାଉଚି । ଯାହାଫଳରେ ଏହା ହରମୋନାଲ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି । ପେନକିଲର, ଭାଙ୍ଗ, ଗଞ୍ଜେଇ, ଡ୍ରଗ୍ସ ବଢିବାରେ ଲାଗିଛି । ଏଭଳି ନିଶା ଦ୍ରବ୍ୟ ଶୁକ୍ରୁଣୁର ଉତ୍ପାଦନକୁ ବହୁ ମାତ୍ରାରେ ପ୍ରଭାବିତ କରୁଛି ।

ଚିନ୍ତାର ପ୍ରଭାବ ଅଧିକ ମାତ୍ରାରେ ଏହା ଉପରେ ପଡୁଛି ବୋଲି କୁହାଯାଉଛି । ଅଧିକ ଷ୍ଟ୍ରେସ ଏକ ଷ୍ଟେରଏଡ ହରମୋନ ସୃଷ୍ଟି କରିଥାଏ ଯାହାଦ୍ୱାରା କାର୍ବୋହାଇଡ୍ରେଟ ଫ୍ୟାଟ ଓ ପ୍ରୋଟିନ ମେଟାବୋଲିଜିମର ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଷ୍ଟ୍ରେସ ଫଳରେ ସାଇଲୋଜିକାଲି ମଣିଷ ଭାଙ୍ଗିପଡେ ଫଳରେ ଏହା ବହୁମାତ୍ରାରେ ଶୁକ୍ରାଣୁର ଗୁଣବତ୍ତା ଉପରେ ପ୍ରଭାବ ପକାଇଥାଏ ।

କମ ଶାରୀରିକ ଗତିବିଧି ମଧ୍ୟ ଜୀବନଶୈଳୀ ଉପରେ ପ୍ରଭାବ ପକାଏ ଓ ଏହା ସିଧାସଳଖ ଶରୀରର ପ୍ରତିରୋଧକ ଶକ୍ତି ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଫଳରେ ଏହା ପ୍ରଜନନ ଉପରେ ବି ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଇଛି ।

ତେବେ ଦର୍ଶକବନ୍ଧୁ କେବଳ ଜଣେ ନାରୀ ହିଁ ଏଥିପାଇଁ ଦାୟୀ ନୁହେଁ ବରଂ ପୁରୁଷ ବି ଅଧାରୁ ଅଧିକ ଦାୟୀ ଭାବରେ ଦୋଷୀ କୁହାଯାଇପାରିବ । ତେଣୁ ନିଜ ଖରାପ ଜୀବନଶୈଳୀକୁ ସୁଧାରନ୍ତୁ ଓ ଏହି ସମସ୍ୟାରୁ ଦୂରେଇ ରୁହନ୍ତୁ । ତେବେ ଯାଇ ଆପଣଙ୍କ ଜୀବନର ଗାଡି ସୁରୁଖୁରୁରେ ଚାଲିବ ତା ସହିତ ଦୌଡିବ ମଧ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.