ଜ୍ୱର ହେଲେ ଡୋଲୋ କାହିଁକି ? ଲୋକଙ୍କ ଆଦର ଯୋଗୁଁ ବ୍ରାଣ୍ଡ ବନିଯାଏ କୋଟିଏରେ ଗୋଟିଏ ସାମଗ୍ରୀ

ଆଜିର ଏ ପ୍ରତିଯୋଗିତାମୂଳକ ବଜାରରେ ଗୋଟିଏ ଆବଶ୍ୟକତା ପାଇଁ ଶହ ଶହ ବ୍ରାଣ୍ଡର ହଜାର ହଜାର ଜିନିଷ ମିଳି ଯାଉଛି । କିନ୍ତୁ ତା ଭିତରୁ କିଛି ଜିନିଷକୁ ମିଳିଥାଏ ସ୍ବତନ୍ତ୍ର ପରିଚୟ ଓ ପ୍ରସିଦ୍ଧି । ଲୋକଙ୍କ ମୁହଁରେ, ଜିଭ ଅଗରେ ରହିଥାଏ ତାର ନାଁ । ବନ୍ଧୁଗଣ ଠିକ୍ ସେମିତି ଏକ ଜିନିଷ ବିଷୟରେ ମୁଁ ଆପଣଙ୍କୁ କହିବାକୁ ଯାଉଛି । ଜ୍ବର ଥଣ୍ଡା କାଶ ମୁଣ୍ଡବିନ୍ଧା ଗୋଡ଼ହାତ ବଥାର କଷ୍ଟ ମନେ ପକାନ୍ତୁ । ବୋଧହୁଏ କରୋନା ସମୟରେ ସମସ୍ତେ କେବେକେବେ ନାଁ କେବେ ଭୂତାଣୁର ଲହରରେ ଛନ୍ଦି ହୋଇ ଧନ୍ଦି ହୋଇଥିବେ । ବହୁତ କଷ୍ଟ ଯନ୍ତ୍ରଣା ଅନୁଭବ କରିଥିବେ । ସେତେବେଳେ ତ ବଜାରରେ ଗୁଡ଼ାଏ ଜ୍ବର ମେଡିସିନ ଥିଲା । କିନ୍ତୁ ଆମ ସମସ୍ତଙ୍କ ନଜରରେ ଗୋଟିଏ ମେଡିସିନ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା, ତାହା ହେଉଛି ଡୋଲୋ-୬୫୦ । ସମୟ ଏମିତି ହେଲା ଯେ ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ବି ଲକ୍ଷଣ ପାଇବ କ୍ଷଣି ଆମେ ଏ ମେଡିସିନ ଖାଇଛନ୍ତି ଓ ଜ୍ବରକଷ୍ଟରୁ ମୁକ୍ତି ବି ପାଇଛନ୍ତି । କିନ୍ତୁ ଆପର ଜାଣନ୍ତି କି ଡୋଲୋ-୬୫୦ କେମିତି ହେଲା ଏତେ ପପୁଲାର ? ପ୍ରତି ଘରେ କେମିତି ସ୍ଥାନ ପାଇଲା ଏ ମେଡିସିନ ? ଏ ମେଡିସିନ ଫେମସ୍ ହେବା ପଛର କାହାଣୀ ଆପଣ ଜାଣିଛନ୍ତି କି ? ତେବେ ଚାଲନ୍ତୁ ମୁଁ ଆପଣଙ୍କୁ କହିବି ଡୋଲୋ-୬୫୦ ପ୍ରସିଦ୍ଧି ପାଇବାର ରାଜ୍ ।

ଆପଣଙ୍କ ପାଖରେ ଏ ଖବର ଅଛି କି ନାହିଁ ମୁଁ ଜାଣିନି, ଇନକମ୍ ଟାକ୍ସ ରେଡ୍ ପାଇଁ ଏବେ ଚର୍ଚ୍ଚାରେ ଅଛି ଡୋଲୋ-୬୫୦ । ଆୟକର ବିଭାଗ ବେଙ୍ଗାଲୁର ସ୍ଥିତ ମାଇକ୍ରୋଲ୍ୟାବ ଲିମିଟେଡ ନାମକ ଏକ ଫାର୍ମା କମ୍ପାନୀ ପରିସରରେ ବୁଧବାର କରିଥିଲା ଚଢ଼ାଉ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ସମେତ ବାଲାନ୍ସସିଟ୍ ଓ ଡିଷ୍ଟ୍ରିବ୍ୟୁଟରଙ୍କ ବାବଦରେ ତଥ୍ୟ ଏକାଠି କରିଛି । ଯାହା ବି ହେଉ ଏ ସବୁ ଭିତରେ ଚର୍ଚ୍ଚାକୁ ଆସିଥିବା ଡୋଲୋ-୬୫୦ କେମିତି ହିଟ୍ ହେଲା ତାହା ସମସ୍ତଙ୍କ ମୁଣ୍ଡରେ ପଶିଛି ।

ପ୍ରଥମେ ଜାଣନ୍ତୁ ଡୋଲୋ ୬୫୦ କ’ଣ ? କଣ ରହିଛି ଏଥିରେ ? ଡୋଲୋ-୬୫୦ ହେଉଛି ଏକ ଔଷଧ କମ୍ପାନୀର ପ୍ରଡକ୍ଟର ନାଁ । ଏଥିରେ ରହିଛି ୬୫୦ ଏମ୍ଜି ପାରାସିଟାମଲ୍, ଆଣ୍ଟିପାଇରେଟିକ୍ ଓ ଆନାଲ୍ଜେସିକ୍ର ମିଶ୍ରିତ ଭାଗ । ଆଣ୍ଟିପାଇରେଟିକ୍ ଯାହା ଜ୍ବର କମ୍ କରିବାର ମେଡିସିନ୍ ଓ ଆନାଲଜେସିକ୍ ଯାହା ଆପଣଙ୍କ ଦରଜ ବିନ୍ଧାଛିଟିକାକୁ କମ୍ କରିଥାଏ । କରୋନା ମହାମାରୀର ଦ୍ବିତୀୟ ଲହରରେ ଆମେ ଅଧିକ ବ୍ୟବହାର କରିଥିଲେ ଏ ମେଡିସିନ୍ ।

ଏବେ ଆସିବା ମୂଳ କଥାକୁ କେମିତି ଫେମସ୍ ହେଲା ଡୋଲୋ-୬୫୦ । କିଏ ଏହାକୁ ହିଟ୍ କରାଇଲା ? ଏହା ପଛର କାହାଣୀ କଣ ? ଦର୍ଶକବନ୍ଧୁ ଗୋଟିଏ କଥା ଆପଣ ଜାଣିଥାନ୍ତୁ ବଜାରରେ ଯିଏ ସହଜରେ ଉପଲବ୍ଧ ହେଲା ସିଏ ହେବ ଲୋକଙ୍କ ପ୍ରଥମ ପସନ୍ଦ । ଯାହା ଡୋଲୋ କ୍ଷେତ୍ରରେ ଘଟିଲା । ସବୁଠୁ ବଡ଼ କଥା ଡାକ୍ତରଙ୍କ ପ୍ରେସକ୍ରିପ୍ସନରେ ରହିଲା ଡୋଲର-୬୫୦ । କରୋନା ମହାମାରୀ ଯେଉଁ ଲହରରେ ସବୁଠୁ ଅଧିକ କହର ରଚିଥିଲା ତାହା ହେଉଛି ଦ୍ବିତୀୟ ଲହର । ଆଉ ସେହି ଲହରରେ ଅଧିକାଂଶ ଡାକ୍ତର ଡୋଲୋ ଖାଇବା ପାଇଁ ପରାମର୍ଶ ଦେଇଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ସୋସିଆଲ୍ ମିଡିଆରେ ସେତେବେଳେ ଘୁରି ବୁଲୁଥିଲା କରୋନା ମେଡିସିନର ପ୍ରେସକ୍ରିପସନ । ଯେହେତୁ ପ୍ରାୟ ଲୋକଙ୍କର ସମାନ ଲକ୍ଷଣ ପ୍ରକାଶ ପାଉଥିଲା ତେଣୁ ଡାକ୍ତରଙ୍କୁ ନଦେଖାଇ ବି ଲୋକ ଏହି ମେଡିସିନ ଖାଇଲେ ଓ ଉପଶମ ବି ପାଇଲେ । ତେଣୁ ଡେଲୋ ପ୍ରତି ଧୀରେ ଧୀରେ ଅଧିକ ବିଶ୍ବାସ ବଢ଼ିଲା । ଆଉ ହଁ..ସରକାରୀ ମେଡିସିନ୍ କିଟ୍ରେ ବି ଡୋଲୋ ସ୍ଥାନ ପାଇଲା । ତେଣୁ ମାର୍କେଟ୍ରେ ଏହାର ସପ୍ଲାଇ ବି ବଢ଼ିଚାଲିଲା । ଜ୍ବର ହେଉ କି ନହେଉ ଲୋକ ଏହାକୁ କିଣି ଆଗତୁରା ରଖିଲେ । ତେଣୁ ଡୋଲୋ ବନିଗଳା ଜ୍ବରର ଗୁରୁତ୍ବପୂର୍ଣ୍ଣ ମେଡିସିନ ।

ଭାରତୀୟ ଫାର୍ମାସିଷ୍ଟ ଆସୋସିସନର ତଥ୍ୟ ବି ଡୋଲୋର ଲୋକପ୍ରିୟତା ନେଇ ଆଉ ଏକ କଥା ସାମ୍ନାକୁ ଆଣିଛି । ଆମେ ସାଧାରଣତଃ ଜ୍ବର ବିନ୍ଧା ଛିଟକା ଦେହଦରଜ ହେଲେ କ୍ରୋସିନ-୫୦୦, ପାରାସିଟାମଲ୍, କାଲପଲ୍, କିମ୍ବା ଡୋଲୋ ଖାଇଥାଉ ।

କିନ୍ତୁ କରୋନା ସମୟରେ କ୍ରୋସିନର ସପ୍ଲାଏ ମାର୍କେଟ୍ର ଚାହିଦା ପୂରଣ କରିପାରୁନଥିଲା । ଆବଶ୍ୟକ ଅନୁସାରେ ମେଡିସିନ ବଜାରରେ ଉପଲବ୍ଧ ହେଉନଥିଲା । ସେପଟେ କାଲପାଲ୍ ମେଡିସିନ ପାଖରେ ଏକ ସୁଯୋଗ ବି ଥିଲା ମାର୍କେଟ୍ରେ ହିଟ୍ ହେବାକୁ । କିନ୍ତୁ ଅଧିକ ଦର କାରଣରୁ ଲୋକଙ୍କ ପାଖରେ ଏକ ଭଲ ବିକଳ୍ପ ଭାବେ ଉପଲବ୍ଧ ହୋଇ ପାରିଲାନି । ତେଣୁ ଡାକ୍ତରଙ୍କ ଗହଣରେ ପ୍ରସିଦ୍ଧି ପାଇଗଲା ଡୋଲୋ-୬୫୦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.