Below header

ବାହୁଡା଼ ଦେଖି ଫେରିଲା ବେଳକୁ ସ୍କପିଓକୁ ପଛ ପଟୁ ଧକ୍କା ଦେଲା ଟ୍ରକ୍: ୬ ଯାତ୍ରୀ ଆହତ, ୩ ଗୁରୁତର

ସୋର(କେନ୍ୟୁଜ୍): ବାହୁଡା଼ରୁ ଫେରିଲା ବେଳେ ଦୁର୍ଘଟଣା ୬ ଯାତ୍ରୀ ଆହତ। ୧୬ ନମ୍ବର ଜାତୀୟ ରାଜପଥ ଛଅପୋଲିଆ ଠାରେ ସ୍କପିଓକୁ ପଛ ପଟରୁ ଧକ୍କା ଦେଲା ଟ୍ରକ୍ । ଯାହାଫଳରେ ସ୍କପିଓଟି ଓଲଟି ପଡିବାରୁ ୯ ଯାତ୍ରୀଙ୍କ ମଧ୍ୟରୁ ୬ଆହତ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି।

ବାଲେଶ୍ବର ଜିଲ୍ଲା ବାଲିଆପାଳ କାଳୀପୁର ପ୍ରତାପଗଡ଼ର ୯ ଯୁବକ ପୁରୀରୁ ଶ୍ରୀଜୀଉଙ୍କ ରଥ ଦେଖି ଫେରିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ଓ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ୩ ଗୁରୁତରଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.