ବିବାହ ପରେ ଖର୍ଚ୍ଚ ହୋଇଯାଉଛି କି ଅଧିକ? ଏହି ଫାଇନ୍ସାସିଆଲ୍ ଟିପ୍ସ ଆସିବ ଆପଣଙ୍କ କାମରେ

ବିବାହ ଆପଣଙ୍କ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଥାଏ, ସେ ପର୍ସନାଲ ହେଉ ଅବା ପ୍ରଫେସନାଲ ଲାଇଫ୍ ଏଥିରେ ଯେତିକି ପରିବର୍ତ୍ତନ ଆସିଥାଏ ଆର୍ଥିକ ସ୍ତରରେ ମଧ୍ୟ ସେତିକି ପ୍ରଭାବ ପଡିଥାଏ ।

marriageକିନ୍ତୁ ଆର୍ଥିକ ରୂପରେ ସ୍ଥିର ଜୀବନ ପାଇଁ ଉଭୟଙ୍କ ମଧ୍ୟରେ ସନ୍ତୁଳନ ରହିବା ନିହାତି ଆବଶ୍ୟକ । ଏହା ଭାବିବା ଉଚିତ୍ ନୁହେଁ କି ଜଣେ ଇନକମ୍ କରୁଛି କିମ୍ବା ଆମେ ଦୁହେଁ ଇନକମ୍ କରୁଛୁ । ତେବେ ଏହି ପରିପେକ୍ଷୀରେ ଆମେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ ବିବାହ ପରେ ଆପଣ କେମିତି ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ ।

ଆପଣଙ୍କ କଥାବାର୍ତ୍ତା :

m2ସର୍ବ ପ୍ରଥମେ ଉଭୟ ପାର୍ଟନର ନିଜର ଆୟ ଏବଂ ବ୍ୟୟ ସମ୍ପର୍କରେ ପରସ୍ପରକୁ ସତ କହିବା ଉଚିତ୍ । ଉଭୟ ଉଭୟଙ୍କ ଖର୍ଚ୍ଚ କରିବାର କାରଣ ସମ୍ପର୍କରେ କହିବା ଦରକାର । ଯଦି ଆପଣ କିଛି ସେଭିଙ୍ଗ କରୁଛନ୍ତି, ତେବେ ଏହା ଆପଣଙ୍କ ଟୋଟାଲ ଆୟ ଏବଂ ବ୍ୟୟ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବାରେ ସାହାର‌୍ୟ୍ୟ କରିବ ।

ବଜେଟ୍ :

moneyଉଭୟଙ୍କୁ ଏକାଠି ବସିବା ଉଚିତ୍ ଏବଂ ଏକ ମାସିକ ବଜେଟ୍ ପ୍ରସ୍ତୁତ କରିବା ଦରକାର । ଆପଣଙ୍କ ସବୁ ଆବଶ୍ୟକ ଖର୍ଚ୍ଚକୁ ଧ୍ୟାନ ଦେବା ସହ ନିଜର ସବୁ ମାସିକ ଖର୍ଚ୍ଚକୁ ନୋଟ୍ କରିବା ଜରୁରୀ । ଏହା କରିବା ଦ୍ବାରା ଆପଣ ଜାଣି ପାରିବେ କେଉଁ ଖର୍ଚ୍ଚ ଜରୁରୀ ଏବଂ କେଉଁଟା ଅଦରକାରୀ । ଏହାଦ୍ବାରା ଆପଣ ନିଜର ଅନାବଶ୍ଯକ ଖର୍ଚ୍ଚ କାଟି ପାରିବେ ଏବଂ ନିଜର ଖର୍ଚ୍ଚ ବଞ୍ଚାଇ ପାରିବେ । ଉଭୟ କିଛି ଅର୍ଥରାଶି ନିଜ ଖାତାରେ ନିୟମିତି ଭାବେ ଜମା କରିବା ଉଚିତ୍ ।

ଆପଣଙ୍କ ଲକ୍ଷଣ କଣ :

m5ପରସ୍ପର ସହିତ ଲମ୍ବା କିମ୍ବା କମ୍ ଅବଧିର କୌଣସି ଲକ୍ଷ୍ୟ ସମ୍ପର୍କରେ କଥା ହୁଅନ୍ତୁ । ନିଜର ସବୁ ଲକ୍ଷ୍ୟ ଯେପରି କାର କିଣିବା, ପ୍ଳଟ୍ କିଣିବା , ଚାଇଲ୍ଡ ପ୍ଳାନ୍ ଆଦି ଯୋଜନା କରନ୍ତୁ । ଛୁଆମାନଙ୍କ ଶିକ୍ଷା ଆଦି ସର୍ମ୍ପରେ କଥା ହୁଅନ୍ତୁ । ଯଦି ଆପଣ ଏହି ସବୁ ଲକ୍ଷ୍ୟକୁ ସ୍ପଷ୍ଟ ରୂପରେ ପ୍ରସ୍ତୁତ କରିବେ ତେବେ ଆପଣ ଅର୍ଥ ସଞ୍ଚୟ କରିବା ସହ ନିବେଶ କରିପାରିବେ ।

ଖର୍ଚ୍ଚ କାଟିବା :

m6ବିବାହ ପରେ ହନିମୁନ୍ ଯିବା କଥା ହେଉ କିମ୍ବା କୌଣସି ସ୍ଥାନକୁ ଡିନର କରିବା ଏହା ଏକ ସାଧାରଣ କଥା । ହେଲେ ଆପଣଙ୍କୁ ଏହା ଜଣାନଥିବ କି ଆପଣ ଏଥିରେ କେତେ ଅତିରିକ୍ତ ଅର୍ଥ ଖର୍ଚ୍ଚ କରିଦେଇଥାନ୍ତି । କେବେ କେବେ ଏହା ଠିକ୍ ରହିଥାଏ ହେଲେ ଆପଣ ନିଜର ଖର୍ଚ୍ଚକୁ କିଛି ମାତ୍ରାରେ କମ୍ କରିବା ଉଚିତ୍ । ଯେଉଁଥିରେ ଆପଣ କିଛି ଅର୍ଥ ବଞ୍ଚେଇ ପାରିବେ । ସବୁ କଥାରେ ବାହାରକୁ ଯିବା ଅପେକ୍ଷା ଆପଣ ନିଜ ଘରେ ରହି ବିଭିନ୍ନ ପ୍ଳାନ୍ କରିପାରିବେ । ନିଜ ସାଙ୍ଗସାଥୀଙ୍କୁ ବାହାରକୁ ନେବା ପରିବର୍ତ୍ତେ ସେମାନଙ୍କୁ ରାତିରେ ଡିନର ପାଇଁ ଆମନ୍ତ୍ରିତ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.