Below header

ସ୍ବାମୀ ବିବେକାନନ୍ଦଙ୍କ ୧୫ ପ୍ରେରଣାଦାୟୀ ବିଚାର, ଯାହା ବଦଳାଇଦେବ ଆପଣଙ୍କ ଜୀବନ

ଖୁବ୍ କମ୍ ବୟସରେ ନିଜ ପୁରା ବିଶ୍ବକୁ ନିଜ ଜ୍ଞାନର ଉପଲବ୍ଧି କରାଇଥିଲେ ଆଧ୍ୟାତ୍ମିକ ଗୁରୁ ନାମରେ ପ୍ରସିଦ୍ଧ ଏହି ବ୍ୟକ୍ତି । ଆଜ୍ଞା ହଁ ଆମେ କହୁଛୁ ସ୍ବାମୀ ବିବେକାନନ୍ଦଙ୍କ ବିଷୟରେ ଯାହାଙ୍କର ଆଜି ଜୟନ୍ତୀ । ପୁରା ଦେଶ ଆଜି ସ୍ବାମୀ ବିବେକାନନ୍ଦଙ୍କର ୧୫୬ ତମ ଜୟନ୍ତୀ ପାଳନ କରୁଛି । ଯୁବପିଢିଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣାର ଉତ୍ସ ଥିଲେ ବିବେକାନନ୍ଦ । ଆଉ ସେଥିପାଇଁ ତାଙ୍କ ଜନ୍ମଦିନକୁ ଯୁବ ଦିବସ ଭାବେ ପାଳନ କରାଯାଏ ।

ସ୍ବାମୀ ବିବେକାନନ୍ଦ ଭାରତର ଏମିତି ଜଣେ ମହାପୁରୁଷ ଯାହାଙ୍କ ବିଚାର କୌଣସି ପାୱାର ହାଉସଠୁ କମ୍ ନୁହେଁ । ୧୮୯୩ରେ ଆମେରିକାର ସିକାଗୋରେ ହୋଇଥିବା ବିଶ୍ବ ଧର୍ମ ପରିଷଦରେ ଭାରତର ପ୍ରତିନିଧି ରୂପରେ ପହଂଚିଥିଲେ ସ୍ବାମୀ ବିବେକାନନ୍ଦ । ଏଥିରେ ବିବେକାନନ୍ଦ ଦେଇଥିବା ଓଜୟିନୀ ଭାଷଣ ଭାରତକୁ ବନାଇଦେଇଥିଲା ବିଶ୍ବର ଆଧ୍ୟାତ୍ମିକ କେନ୍ଦ୍ର । ସ୍ବାମୀ ବିବେକାନନ୍ଦଙ୍କ ବିଚାର ଦେଖି ଚକିତ ହୋଇଯାଇଥିଲେ ଉପସ୍ଥିତ ସମସ୍ତ ବିଦ୍ବାନ୍ । ଆଉ ଗର୍ବରେ ଉଚ୍ଚା ହୋଇଯାଇଥିଲା ସମସ୍ତ ଭାରତବାସୀଙ୍କ ମୁଣ୍ଡ । ଆସନ୍ତୁ ଜାଣିବା ନରେନ୍ଦ୍ରନାଥ ଦତ୍ତ ଅର୍ଥାତ୍ ସ୍ବାମୀ ବିବେକାନନ୍ଦଙ୍କର ୧୦ ଅମୂଲ୍ୟ ବିଚାର ଯାହା ବଦଳାଇପାରେ ଆପଣଙ୍କ ଜୀବନ ।

– ନିଜକୁ ଦୁର୍ବଳ ଭାବିବା ସବୁଠାରୁ ବଡ଼ ପାପ ।

– ଉଠ ଆଉ ସେପର୍ଯ୍ୟନ୍ତ ଅଟକିଯାଅ ନାହିଁ ଯେପର‌୍ୟ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତି ହୋଇନାହିଁ ।

– ସତ୍ୟକୁ ହଜାର ଉପାୟରେ କୁହାଯାଇପାରିବ, ଆଉ ପ୍ରତ୍ୟେକଟି ଗୋଟିଏ ଗୋଟିଏ ସତ୍ୟ ।

– ସବୁଠାରୁ ବଡ଼ ଧର୍ମ ନିଜ ସ୍ବଭାବ ପ୍ରତି ସଚ୍ଚୋଟ ରହିବା ।

– ବାହାର ଦୁନିଆ ଠିକ୍ ସେମିତି ଯେମିତି ଆମେ ଭିତରୁ ଭାବିଥାଉ । ଆମ ବିଚାର ହିଁ ଜିନିଷକୁ ସୁନ୍ଦର ଏବଂ ଅସୁନ୍ଦର କରିଥାଏ ।

– ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ପ୍ରଥମରୁ ହିଁ ଆମର । କିନ୍ତୁ ଆମେ ହିଁ ଆମ ଆଖି ଉପରେ ହାତ ରଖିଦେଉ ଆଉ କେତେ ଅନ୍ଧକାର ବୋଲି କହି କାନ୍ଦୁ ।

– ଯେପର୍ଯ୍ୟନ୍ତ ବଂଚିବା ସେପର‌୍ୟ୍ୟନ୍ତ ଶିଖିବା । ଅନୁଭବ ହିଁ ଜଗତର ସର୍ବଶ୍ରେଷ୍ଠ ଶିକ୍ଷକ ।

– କାହାର ନିନ୍ଦା କରନ୍ତୁ ନାହିଁ । ଯଦି ସାହାଯ୍ୟ ପାଇଁ ହାତ ବଢାଇ ପାରିବେ ତେବେ ବଢାନ୍ତୁ । ଯଦି ବଢାଇପାରିବେ ନାହିଁ ତେବେ ଯୋଡନ୍ତୁ । ନିଜ ଭାଇମାନଙ୍କୁ ଆଶୀର୍ବାଦ ଦିଅନ୍ତୁ ଏବଂ ତାଙ୍କୁ ତାଙ୍କ ମାର୍ଗରେ ଯିବାକୁ ଦିଅନ୍ତୁ ।

– ଯେତେବେଳେ ଲୋକମାନେ ତୁମକୁ ଗାଳି ଦେଉଛନ୍ତି ତେବେ ତୁମେ ଆଶୀର୍ବାଦ ଦିଅ । ଚିନ୍ତା କରନ୍ତୁ, ଆପଣଙ୍କ ମିଛ ଦମ୍ଭକୁ ବାହାରକରି କେତେ ଉପକାର କରୁଛନ୍ତି ସେମାନେ ।

– ଯେ ପର୍ଯ୍ୟନ୍ତ ଆପଣ ନିଜ ଉପରେ ବିଶ୍ବାସ କରିନାହାଁନ୍ତି ସେ ପର‌୍ୟ୍ୟନ୍ତ ଭଗବାନଙ୍କ ଉପରେ ବିଶ୍ବାସ କରିପାରିବେ ନାହିଁ ।

– ମନ ଆଉ ମସ୍ତିସ୍କର ଦ୍ବନ୍ଦ୍ବ ମଧ୍ୟରେ ସର୍ବଦା ମନକଥା ଶୁଣନ୍ତୁ ।

– ଯେଉଁ ଅଗ୍ନି ଆମକୁ ଗରମ ଦିଏ ସେହି ଅଗ୍ନି ଆମକୁ ନଷ୍ଟ ମଧ୍ୟ କରିପାରେ ଏହା ଅଗ୍ନିର ଦୋଷ ନୁହେଁ ।

– ଯଦି କୌଣସି ଦିନ ଆପଣଙ୍କ ସାମ୍ନାକୁ କିଛି ସମସ୍ୟା ନଆସିଛି ତେବେ ସୁନିଶ୍ଚିତ ହୋଇଯାଆନ୍ତୁ ଯେ ଆପଣ ଭୁଲ୍ ମାର୍ଗରେ ଯାଉଛନ୍ତି ।

– ସତ୍ୟ ପାଇଁ କିଛି ବି ଛାଡିଦେବା ଉଚିତ୍ ହେଲେ କାହା ପାଇଁ ସତ୍ୟକୁ ଛାଡିବା ଅନୁଚିତ୍ ।

– ଜୀବନରେ ଅଧିକ ସମ୍ପର୍କ ରହିବା ଜରୁରୀ ନୁହେଁ, ବରଂ ସମ୍ପର୍କରେ ଜବନ ରହିବା ଜରୁରୀ ।

– ଦିନରେ ଥରଟିଏ ନିଶ୍ଚୟ ନିଜ ସହ କଥା ହୁଅନ୍ତୁ । ନଚେତ୍ ଆପଣ ଦୁନିଆର ସବୁଠାରୁ ମହତ୍ବପୂର୍ଣ୍ଣ ବ୍ୟକ୍ତି ସହ କଥା ହେବାର ସୁଯୋଗ ହରାଇଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.