Below header

ସକାଳେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ପାଉଡର, ୩ରୁ ୪ କିଲୋ ବଢ଼ିବ ଆପଣଙ୍କ ଓଜନ

ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ପ୍ରାୟତଃ ସବୁ ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏହାକୁ ଉପଯୋଗ କରି ଆପଣ ନିଜ ଓଜନକୁ ମଧ୍ୟ ଜଲଦି ବଢ଼ାଇ ପାରିବେ। ଯଦି ଆପଣ ଓଜନ ବଢ଼ାଇବା ପାଇଁ ଅନେକ ପ୍ରକାର ଟିପ୍ସ ଆପଣାଇ ଥକି ଯାଇଛନ୍ତି, ତା’ହେଲେ ଏହି ଟିପ୍ସ ଆପଣଙ୍କ ଓଜନକୁ ଶତ ପ୍ରତିଶତ ବଢ଼ାଇବ। ଏଥିପାଇଁ କ୍ଷୀର ଏବଂ ଅଶ୍ୱଗନ୍ଧା ସେବନ କରିବାକୁ ହେବ। ଆସନ୍ତୁ ଜାଣିବା, କ୍ଷୀର ଏବଂ ଅଶ୍ୱଗନ୍ଧା କିଭଳି ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ।

ଯେଉଁ ପୁଅ, ଝିଅ ଅଶ୍ୱଗନ୍ଧା ଦ୍ୱାରା ନିଜ ଓଜନ ବଢ଼ାଇବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ଅଶ୍ୱଗନ୍ଧାକୁ କ୍ଷୀର ସହିତ ସେବନ କରିବା ଦରକାର। ଏହାଛଡ଼ା ଅଧିକ ଖାଇବା ପିଇବା, ନିୟମିତ ବ୍ୟାୟାମ କରିବା ଜରୁରୀ। ଏହା ଆପଣଙ୍କ ଭୋକ ବଢ଼ାଇବା, ହରମୋନକୁ ସନ୍ତୁଳନରେ ରଖିବା ଏବଂ ହଜମ ପ୍ରକ୍ରିୟାକୁ ଠିକ୍‌ ରଖିବ।

ଏହାସହ ପଢ଼ନ୍ତୁ: ଦୁର୍ଗନ୍ଧ ଦୂର କରି ଏମିତି ମହକାନ୍ତୁ ଘରର ସବୁ କୋଣ

ଏକ ଚାମଚ ଅଶ୍ୱଗନ୍ଧା ପାଉଡରକୁ ସକାଳେ ଏବଂ ସନ୍ଧ୍ୟାରେ ଦିନକୁ ଦୁଇଥର ଗୋଟିଏ ଗ୍ଲାସ୍‌ ଗରମ କ୍ଷୀରରେ ସେବନ କରନ୍ତୁ। ଏହାସହ ନିଜର ପ୍ରତିଦିନର କ୍ୟାଲୋରୀ ମାତ୍ରାକୁ ମଧ୍ୟ ବଢ଼ାନ୍ତୁ। ଏପରି କଲେ, ଆପଣଙ୍କ ଓଜନ ଏକ ମାସରେ ହିଁ ୩ରୁ ୪ କିଲୋ ପଯ୍ୟର୍ନ୍ତ ବଢ଼ିଯିବ। କିନ୍ତୁ ଏହାସହିତ ଆପଣ ବ୍ୟାୟାମ କରିବା ବି ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.