ଦୌଡ ରାଣୀ ଦୂତୀ ଚାନ୍ଦ ଦେବେ ରାଜନୀତିରେ ଯୋଗ, ଟ୍ବିଟରେ କଲେ ପ୍ରକାଶ

ଭୁବନେଶ୍ବର(କେନ୍ୟୁଜ୍): ରାଜନୀତିରେ ଯୋଗଦେବେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ଏନେଇ ଟ୍ଵିଟ୍‌ ମାଧ୍ୟମରେ ସେ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ରାଜନୀତିରେ ଯୋଗଦେବେ ନାହିଁ। ପିଲାବେଳୁ ତାଙ୍କର ରାଜନୀତି ପ୍ରତି ଦୁର୍ବଳତା ରହିଛି। ତୃଣମୂଳସ୍ତରରୁ ମଧ୍ୟ ତାଙ୍କ ପରିବାର ରାଜନୀତି ସହ ଜଡ଼ିତ ବୋଲି ସେ ଜଣାଇଛନ୍ତି। କଳିଙ୍ଗ ଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି , ସେ ବର୍ତ୍ତମାନ ଦୌଡ଼କୁଦରେ ଫୋକସ୍‌ କରୁଛନ୍ତି।

ଆଗାମୀ ଦିନରେ ଦୌଡ଼କୁଦରେ ଫୋକସ୍‌ ରହିବ। ଆଥଲେଟିକ୍‌ କ୍ୟାରିୟର ପରେ ରାଜନୀତିରେ ଯୋଗଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରିୟ ରାଜନେତା ବୋଲି କହିବା ସହ ଡ. ଅଚ୍ୟୁତ ସାମନ୍ତଙ୍କୁ ନିଜର ପ୍ରେରଣା ଓ ଆଦର୍ଶ ବୋଲି କହିଛନ୍ତି ଦୂତୀ।