ନବରାତ୍ରୀ ବ୍ରତରେ ପିଅନ୍ତୁ ଏହି ସ୍ମୁଦୀ, ଦିନଯାକ ରଖିବ ସତେଜ
ଆଗକୁ ଆସୁଛି ନବରାତ୍ରୀ । ସମସ୍ତେ ମା ଦୁର୍ଗାଙ୍କ ଆରଧାନ କରିବା ସହ ଉପାସ, ବ୍ରତ ମଧ୍ୟ କରିଥାନ୍ତି। ନବରାତ୍ରୀରେ ମାଙ୍କ ବ୍ରତ ନଅ ଦିନ ପର୍ଯ୍ୟନ୍ତ କରାଯାଏ। ଏହି ଦିନରେ ବ୍ରତ ଉପାସ କରିବା ଯୋଗୁଁ ଦୁର୍ବଳତା ଲାଗିଥାଏ। ଏହି ସମୟରେ କିଛି ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇବା ଉଚିତ। ଯଦି ଆପଣ ବ୍ରତ ରଖିବାକୁ ଚାହୁଁଛନ୍ତି ତେବେ ଫଳରେ ପ୍ରସ୍ତୁତ ସ୍ମୁଦୀ ଆପଣଙ୍କୁ ସୁସ୍ଥ ରଖିବ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ସ୍ମୁଦୀ ।
ଆବଶ୍ୟକୀୟ ସାମଗ୍ରୀ :
ଗୋଟେ କିଓ୍ଵିକୁ ଛୋଟ ଛୋଟ କରି କଟା ହୋଇଥିବା, ଦୁଇରୁ ତିନୋଟି ଅମୃତଭଣ୍ଡା ପିସ୍, ଦୁଇ ଖଣ୍ଡ ତରଭୁଜ, ଅଳ୍ପ ଅଙ୍ଗୁର, ଖଣ୍ଡେ ପ୍ଲମ୍, ଏକ ଗ୍ଲାସ କ୍ଷୀର, ଚାରିରୁ ପାଞ୍ଚଟି ବାଦାମ ଏବଂ ଏକ ଚାମଚ ମହୁ । ଆପଣ ଯଦି ଚାହିଁବେ ଆପଣଙ୍କ ପସନ୍ଦିତା ଅନ୍ୟ କୌଣସି ଫଳ ମିଶାଇ ପାରିବେ।
ଏହାସହ ପଢ଼ନ୍ତୁ ; କହୁଣୀ କଳାଦାଗ ପାଇଁ ଚିନ୍ତିତ ରହୁଛନ୍ତି କି ? ବ୍ୟବହାର କରନ୍ତୁ ହୋମମେଡ ପ୍ୟାକ୍ ଦୂର ହେବ ଦାଗ
ପ୍ରସ୍ତୁତି ପ୍ରଣାଳୀ :
ସବୁ ଫଳକୁ ଛୋଟ ଛୋଟ କରି କାଟି ବାଦାମ ମିଶାଇ ବ୍ଲେଣ୍ଡରେ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏବେ ଏଥିରେ କ୍ଷୀର ଏବଂ ମହୁ ମିଶାଇ ପୁଣି ଥରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। କିଛି ସମୟ ଫ୍ରିଜରେ ରଖିବା ପରେ ଥଣ୍ଡା ଥଣ୍ଡା ପିଅନ୍ତୁ।