ଓଡ଼ିଶାରେ ପୁଞ୍ଜି ନିବେଶ କରିବ କୋରିଆ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି ଦକ୍ଷିଣ କୋରିଆର ଶିଳ୍ପ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶାରେ ପୁଞ୍ଜି ନିବେଶ କରିବ କୋରିଆ। ଏନେଇ ଆଗ୍ରହ ଦେଖାଇଛି। ସବୁ ସେକ୍ଟରରେ କୋରିଆ ବିନିଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛି। ଆଜି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ପୁଞ୍ଜି ନିବେଶ ବାବଦରେ ଆଲୋଚନା କରିଛନ୍ତି ଦକ୍ଷିଣ କୋରିଆର ଶିଳ୍ପ ପ୍ରତିନିଧି ମଣ୍ଡଳୀ। କୋରିଆ ରାଷ୍ଟ୍ରଦୂତ ସିନ୍‌ ବଙ୍ଗକିଲଙ୍କ ନେତୃତ୍ୱରେ ଏହି ଟିମ୍‌ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ କୋରିଆ ରାଷ୍ଟ୍ରଦୂତ କହିଛନ୍ତି, କୃଷି, ମତ୍ସ୍ୟସମ୍ପଦ, ହର୍ଟି କଲ୍‌ଚର, ମାନୁଫେକଚରିଂ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ଅଛି। ଇସ୍ପାତ ଶିଳ୍ପରେ ପୁଞ୍ଜିନିବେଶ ପାଇଁ କୋରିଆ ପ୍ରସ୍ତୁତ।

korea team

ଓଡ଼ିଶା-କୋରିଆ ମଧ୍ୟରେ ଗଭୀର ସମ୍ପର୍କ ରହିଥିବା କୋରିଆ ରାଷ୍ଟ୍ରଦୂତ ଏକ ପ୍ରେସମିଟରେ କହିଛନ୍ତି। ପ୍ରାକୃତିକ ସମ୍ପଦରେ ଓଡ଼ିଶା ଭରପୂର। ଓଡ଼ିଶାରେ ପୋସ୍କୋ ଅଭିଜ୍ଞତାରୁ ଉଭୟ ପକ୍ଷ ଅନେକ କିଛି ଶିଖିଛନ୍ତି। ଏହି ସମ୍ପର୍କକୁ ମୂଳରୁ ଆଉଥରେ ଆରମ୍ଭ କରିବୁ ବୋଲି କୋରିଆ ରାଷ୍ଟ୍ରଦୂତ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଉପସ୍ଥିତ ଥିଲେ ସାମସଙ୍ଗ, ହ୍ୟୁଣ୍ଡାଇ, କିଆ ଏବଂ ଏଲ୍‌ଜି ସମେତ ଦକ୍ଷିଣ କୋରିଆର ୧୪ ଜଣ ବ୍ୟବସାୟୀ। ଓଡ଼ିଶାରେ ନିବେଶ ସୁଯୋଗ ଓ ଶିଳ୍ପ ପ୍ରତିଷ୍ଠା ନେଇ ସରକାରଙ୍କ ପଲିସି ସମ୍ପର୍କରେ ଆଲୋଚନା କରିଛନ୍ତି। କୋରିଆ ରାଷ୍ଟ୍ରଦୂତ ସିନ୍‌ ବଙ୍ଗକିଲଙ୍କ ନେତୃତ୍ୱରେ ଆସିଛନ୍ତି ୪୬ ଜଣିଆ ସଦସ୍ୟ ଓଡ଼ିଶା ଆସିଛନ୍ତି। ଓଡ଼ିଶାରେ ଆରମ୍ଭ ହୋଇଛି କୋରିଆ କାରଭାନ୍‌। ୨୨ରୁ ୨୪ ପର୍ଯ୍ୟନ୍ତ ଏହା ଚାଲିବ