ଏହି ବ୍ୟାଙ୍କ କରୁଅଛି ୧୦୦୦ ଗ୍ରାମୀଣ ‘ଲୋନମେଳା’ ର ଆୟୋଜନ, ଆପଣ ମଧ୍ୟ ଉଠାଇପାରିବେ ଲାଭ

ଏଚଡ଼ିଏଫସି ବ୍ୟାଙ୍କ ଆସନ୍ତା ଛଅ ମାସ ମଧ୍ୟରେ ଗ୍ରାମୀଣ ଅଞ୍ଚଳରେ ସ୍ୱଳ୍ପଋଣ ଉପଲବ୍ଧ କରାଇବା ପାଇଁ ଏକ ହଜାର ସ୍ଥାନରେ ‘ଲୋନ ମେଳା’ର ଆୟୋଜନ କରିଛି । ବ୍ୟାଙ୍କ ନିଜର ସ୍ୱଳ୍ପଋଣ କାରବାରକୁ ବୃଦ୍ଧି କରାଇବା ପାଇଁ ଏହି ମେଳାର ଆୟୋଜନ କରାଯାଇଛି ।

୩୦୦ ଜିଲ୍ଲାରେ ଲାଗିଛି ମେଳା

ଏହି ଅବସରରେ ବ୍ୟାଙ୍କର କହିବା ଅନୁଯାୟୀ ଏହି ମେଳା ଦେଶର ୩୦୦ ଜିଲ୍ଲାରେ ପାଖାପାଖି ୬୦୦୦ ଗ୍ରାମରେ ଲଗାଯିବ । ସୂଚନା ଅନୁଯାୟୀ ଏହା ସମସ୍ତ ପାରମ୍ପରିକ ଗ୍ରାମୀଣ ମେଳା ପରି ରହିବ ଯେଉଁଠି ପାଞ୍ଚ ଛଅଟି ଗ୍ରାମର ଲୋକଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଯିବ ।

ଗ୍ରାହକ ମାନଙ୍କୁ ମିଳିବ ଏହି ସୁବିଧା

HDFC Bank to organise 1000 grameen loan melas in next 6 months

ଗ୍ରାହକମାନେ ଟ୍ରାକ୍ଟର, ଗାଡି, ଦୁଇ ଚକିଆ ଯାନ ଏବଂ କୃଷି ପାଇଁ ଋଣ ଏବଂ କରେଣ୍ଟ ଓ ସେଭିଂ ଆକାଉଣ୍ଟ ମଧ୍ୟ ଖୋଲିପାରିବେ । ଏହା ବ୍ୟତୀତ ଏହି ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀ ‘Sustainable Livelihood Initiative’ ମାଧ୍ୟମରେ ଋଣ ନେଇପାରିବେ ।

ଏହା ପୂର୍ବରୁ ଅର୍ଥବ୍ୟବସ୍ଥା ଏବଂ ବିଶେଷ ଭାବେ ନନ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ (NBFC)ରେ ଅର୍ଥର ଅଭାବକୁ ନେଇ ବଢୁଥିବା ଚିନ୍ତା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ କହିଥିଲେ କି ସାରା ଦେଶରେ ୪୦୦ ଜିଲ୍ଲାରେ ବ୍ୟାଙ୍କ , ଏନବିଏଫସି ଏବଂ ସ୍ୱଳ୍ପଋଣ ନେଉଥିବା ଲୋକଙ୍କ ସହିତ ସିଧାସଳଖ ବୈଠକ କରାଯିବ । ଯେଉଁଥିରେ ଏନବିଏଫସିକୁ ବ୍ୟାଙ୍କରୁ ସିଧାସଳଖ ଅର୍ଥ ଉପଲବ୍ଧ କରାଯିବ ଏବଂ ଏହାକୁ ସ୍ୱଳ୍ପଋଣକାରୀଙ୍କ ମଧ୍ୟରେ ବିତରଣ କରାଯିବ ।

ଏହାସହ ପଢନ୍ତୁ ରିଜର୍ଭ ବ୍ୟାଙ୍କରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ଏହିପରି ଭାବେ ଅକ୍ଟୋବର ୩ ତାରିଖରୁ ଏହି ବୈଠକ ଆରମ୍ଭ କରାଯିବ । ଏହାର ଲକ୍ଷ ହେଉଛି ଘର କିଣୁଥିବା ଲୋକଙ୍କଠୁ ନେଇ କୃଷକ ମାନଙ୍କ ପର୍ଯ୍ୟନ୍ତ ଋଣ ଚାଁହୁଥିବା ଲୋକଙ୍କୁ ସୁଲଭ ମୂଲ୍ୟରେ ଋଣ ପ୍ରଦାନ କରାଯିବ । ଛୋଟ , ବଡ ଓ ମଧ୍ୟମ ଉଦ୍ୟୋଗକାରୀମାନେ ମଧ୍ୟ ଏହି ବୈଠକରେ ଋଣ ସୁବିଧାର ଲାଭ ଉଠାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.