ଭାରତର ପୂର୍ବତନ କ୍ରିକେଟର ମାଧବ ଆପ୍ତେଙ୍କ ଦେହାନ୍ତ
ମୁମ୍ବାଇ : ଭାରତୀୟ ଟିମର ପୂର୍ବତନ କ୍ରିକେଟର ମାଧବ ଆପ୍ତେଙ୍କ ଦେହାନ୍ତ ହୋଇଛି। ସୋମବାର ସକାଳ ପ୍ରାୟ ୬ଟା ୯ ମିନିଟରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ହୃଦ୍ଘାତରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।
ଭାରତୀୟ କ୍ରିକେଟ ଟିମ୍ର ଓପନର ଏବଂ ମଧ୍ୟ କ୍ରମର ବ୍ୟାଟ୍ସମ୍ୟାନ ଥିଲେ ମାଧବ। ମାଧବ ଭାରତ ତରଫରୁ ୭ଟି ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳି ୫୪୨ ରନ୍ ସଂଗ୍ରହ କରିଥିଲେ। ସେଥିରେ ୧ ଶତକ ମଧ୍ୟ ରହିଛି। ସେ ଗୋଟିଏ ଟେଷ୍ଟ ସିରିଜରେ ୪୦୦ରୁ ଅଧିକ ରନ୍ ସଂଗ୍ରହ କରିଥିବା ପ୍ରଥମ ଭାରତୀୟ ଖେଳାଳି ଥିଲେ। ୧୯୫୩ରେ ମାଧବ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ୪୬୦ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୬୭ ମ୍ୟାଚରୁ ୩୩୩୬ ରନ୍ ସଂଗ୍ରହ କରିଥିଲେ। ତେବେ ଟେଷ୍ଟ କ୍ରିକେଟରେ ସେ ଭିନ୍ନ ରେକର୍ଡ କରିଛନ୍ତି।