Below header

୬ ପ୍ରକାର କ୍ୟାନ୍‌ସରରୁ ରକ୍ଷା କରିବ ଗୋଟିଏ ଗିନା ସୋରିଷ ଶାଗ, ଜାଣନ୍ତୁ କ’ଣ ରହିଛି ଅନ୍ୟ ଫାଇଦା

କ୍ୟାନ୍‌ସର(କର୍କଟ) ରୋଗ ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଛି । ବିଶ୍ୱ କ୍ୟାନ୍‌ସର ରିପୋର୍ଟ ଅନୁଯାୟୀ ଭାରତରେ ୨୦୧୮ରେ ପ୍ରାୟ ୧.୧୬ ମିଲିୟନ୍‌ ନୂଆ କ୍ୟାନ୍‌ସର ମାମଲା ସାମ୍ନାକୁ ଆସିଥିବା ବେଳେ ୭ ଲକ୍ଷ ୮୪ ହଜାର ୮୦୦ ରୋଗୀ ମୃତ୍ୟୁ ମୁଖରେ ପଡିଥିବା ଜଣାଯାଇଛି । ତଥାପି ଖାଦ୍ୟପେୟ ଓ ଜୀବନ ଶୈଳିକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଉନାହିଁ । ଯାହାଦ୍ୱାରା ଦିନକୁ ଦିନ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି ।

କିନ୍ତୁ ମାତ୍ର ଗୋଟିଏ ଗିନା ସୋରିଷ ଶାଗ ଆପଣଙ୍କୁ ୬ ପ୍ରକାର କ୍ୟାନ୍‌ସର ରୋଗରୁ ରକ୍ଷା କରିଥାଏ ବୋଲି ଜଣାପଡ଼ିଛି । ସାଧାରଣତଃ ପଞ୍ଜାବରେ ସୋରିଷ ଶାଗ ବହୁତ ପ୍ରିୟ । ହେଲେ ଏବେ ଏହା ପ୍ରାୟ ସବୁ ରାଜ୍ୟର ଲୋକେ ଖାଉଛନ୍ତି । ଏଥିରେ ଫାଇବର, ପ୍ରୋଟିନ୍‌, ଫ୍ୟାଟ୍‌, କାର୍ବୋହାଇଡ୍ରେଟ୍‌, ଶୁଗାର, ପୋଟାସିୟମ୍‌,ଭିଟାମିନ୍‌ ଏ,ସି, ଡି,ବି ୧୨, ମାଗ୍ନେସିୟମ୍‌, ଆଇରନ୍‌ ଓ କ୍ୟାଲ୍‌ସିୟମ୍‌ ପ୍ରଚୁର ମାତ୍ରାରେ ଥାଏ । ତେଣୁ ଏହାକୁ ପରିବା ଭିତରେ ସବୁଠୁ ଭଲ ପରିବା ବୋଲି ଧରାଯାଏ । ଏହା କୋଲେଷ୍ଟରାଲ୍‌ ମାତ୍ରା ମଧ୍ୟ କମ୍‌ କରିଥାଏ ।

mustard-1

ଗୋଟିଏ ଗିନା ବା ୧୧୩ ଗ୍ରାମ ସୋରିଷ ଶାଗରେ ୨ଗ୍ରାମ୍‌ ପ୍ରୋଟିନ୍‌ ୫୯.୯ କ୍ୟାଲୋରୀ, ୪୯୯.୫ ଗ୍ରାମ ସୋଡିୟମ୍‌, ୬ ଗ୍ରାମ କାର୍ବୋହାଇଡ୍ରେଟ୍‌, ୩ଗ୍ରାମ ସୁଗାର,୧ ଗ୍ରାମ ଫାଇବର ଥାଏ । ଏଥିସହ ବିଭିନ୍ନ ଭିଟାମିନ୍‌ ମଧ୍ୟ ଭରପୁର ଥାଏ ।

ସୋରିଷ ଶାଗ ଖାଇବାର ଫାଇଦା

୧. ଆଖିର ପାଓ୍ଵାର ବଢ଼ାଇଥାଏ : ଶାଗକୁ ଭିଟାମିନ୍‌ ‘ଏ’ର ପାଓ୍ଵାର ହାଉସ୍‌ ବୋଲି କୁହାଯାଇଥାଏ । ଯାହା ଆଖିର ମାଂସପେଶୀକୁ କୈାଣସି ପ୍ରକାରେ ନଷ୍ଟ ହେବାକୁ ଦେଇନଥାଏ । ଏଥିସହ ଆଖିର ପାଓ୍ଵାର ମଧ୍ୟ ବଢ଼ାଇଥାଏ ।

mustard-2

୨. କ୍ୟାନ୍‌ସରରୁ ରକ୍ଷା କରିଥାଏ : ଶାଗରେ ଏଣ୍ଟି ଅକ୍ସିଡାଣ୍ଟ ଭରି ରହିଥାଏ । ଶରୀରକୁ ଡିଟକ୍ସିଫାଏ କରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହାକୁ ସେବନ କରିବା ଦ୍ୱାରା ଶରୀରରେ ୬ ପ୍ରକାର (ବ୍ଲାଡର, ପେଟ, ବ୍ରେଷ୍ଟ, ଫୁସ୍‌ଫୁସ୍‌, ପ୍ରୋଷ୍ଟେଟ୍‌ ଓ ଓଭାରୀ) ଭଳି କ୍ୟାନ୍‌ସର କୋଷିକାକୁ ରୋକିଥାଏ ।

mustard-3

୩. ହାର୍ଟ ପାଇଁ ଉପକାରୀ : ଶାଗ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟରାଲ୍‌ ମାତ୍ରା କମାଇବା ଦ୍ୱାରା ହାର୍ଟ ଆଟାକ୍‌, ହାଇପରଟେନ୍‌ସନ୍‌ ଓ ହାର୍ଟ ସମ୍ବନ୍ଧିତ ରୋଗ ହ୍ରାସ କରିଥାଏ ।

mustard-4

୪. ଓଜନ କମାଇବା ସହ ହାଡ଼ ମଜଭୁତ କରିଥାଏ : ଶାଗରେ ଅଧିକ ଫାଇବର ଥିବାରୁ ଏହା ଶରୀରର ମେଟାବୋଲିଜିମ୍‌ ଠିକ୍‌ ରଖି ଓଜନ କମାଇଥାଏ । ଏଥିସହ ଶାଗରେ କ୍ୟାଲ୍‌ସିୟମ୍‌ ଓ ପୋଟାସିୟମ ମାତ୍ରା ଅଧିକ ଥିବାରୁ ହାଡ଼ ମଜଭୁତ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.