ଆଜି ରାଜ୍ୟରେ ସୁସ୍ଥ ହେଲେ ୧୯୦୮ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୨

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ଗୁରୁବାର ରାଜ୍ୟରେ ମୋଟ୍‌ ୧୯୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟରରୁ ପ୍ରକାଶ ପାଇଛି । ସେହିପରି ସୁନ୍ଦରଗଡ଼ରୁ ୧୭୦ ଜଣ, ଅନୁଗୁଳ ୧୨୬, କେନ୍ଦ୍ରାପଡ଼ା ୧୦୨,କଟକ ୧୦୦, ବଲାଙ୍ଗିର ୯୬, ବାଲେଶ୍ୱର ୮୯, ମୟୁରଭଞ୍ଜ ୮୦, କଳାହାଣ୍ଡି ୭୬ ଓ ଜଗତସିଂହପୁରରୁ ୭୩ ଜଣ ସୁସ୍ଥ ହୋଇଛନ୍ତି ।

 

ସେହିପରି ନୂଆପଡାରୁ ୬୮ ଜଣ, ଝାରସୁଗୁଡାରୁ ୫୫, ଢ଼େଙ୍କାନାଳ ୫୫, ଯାଜପୁର ୪୮, ପୁରୀ ୪୭, ନବରଙ୍ଗପୁର ଓ ସମ୍ବଲପୁରରୁ ୪୫, କନ୍ଧମାଳ ଓ କେନ୍ଦୁଝରରୁ ୪୨, ବରଗଡ଼ ଓ ସୋନପୁରରୁ ୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ଏଥିସହ ମାଲ୍‌କାନଗିରିରୁ ୩୫, ରାୟଗଡ଼ା ୩୪, କୋରାପୁଟ ୩୩,ବୈାଦ୍ଧ ୩୨,ନୟାଗଡ଼ ୩୦, ଭଦ୍ରକ ୨୫, ଗଞ୍ଜାମ ୨୦, ଗଜପତି ୦୫, ଦେଓଗଡ଼ ୦୪ ଓ ରାଜ୍ୟ ପୁଲ୍‌ରୁ ୪୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୨୭୨୦୩୮ରେ ପହଞ୍ଚିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.