ଗ୍ରାହକ ବସିଥିବା ବେଳେ ରେଷ୍ଟୁରାଣ୍ଟ ଭିତରେ ପଶିଲା ଚିତାବାଘ, ପୁଣିଥରେ ଭାଇରଲ ହେଉଛି ଏହି Video

ଏକ ମାସ ତଳେ ଦକ୍ଷିଣ ଆଫ୍ରିକାରେ ସାବି ସ୍ୟାଣ୍ଡସ ଗେମ ରିଜର୍ଭର Singita Ebony Lodgeରେ କିଛି ଗ୍ରାହକ ଏକ ଚିତାବାଘ ବୁଲୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ସମୟରେ ଏହି ଭିଡ଼ିଓକୁ Kruger Sightings ଦ୍ୱାରା ୟୁଟ୍ୟୁବରେ ସେୟାର କରାଯାଇଥିଲା। ଏବେ ଏହି ଭିଡ଼ିଓ ପୁଣିଥରେ ଭାଇରଲ ହେବାରେ ଲାଗିଛି।

ssf

ଭିଡ଼ିଓରେ ଦେଖିବାକୁ ମିଳୁଛି କି, ରେଷ୍ଟୁରାଣ୍ଟ ଭିତରେ ଗ୍ରାହକ ବସିଛନ୍ତି। ସେଠାରେ ଏକ ଚିତାବାଘ ଛିଡ଼ାହୋଇଛି। ଧୀରେ ଧୀରେ ଏହା ଭିତରକୁ ପ୍ରବେଶ କରୁଛି ଏବଂ ସିଡି ଦେଇ ଉପରକୁ ଯାଉଛି। ଏହି ଭିଡ଼ିଓକୁ Innovation Edge philanthropy fundର ଗ୍ଲୋବାଲ ପାର୍ଟନରଶିପ ମୁଖ୍ୟ ଏରିକା ବିସେଙ୍କ ଦ୍ଵାରା ରେକର୍ଡ କରାଯାଇଛି। ଏହାକୁ ଏ ପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଭିୟୁଜ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.