Below header

ପୁରୀ ନଆସି ଘରେ କାର୍ତ୍ତିକ ବ୍ରତ କରିବାକୁ ହବିଷ୍ୟାଳିଙ୍କୁ ଅନୁରୋଧ କଲା ଜିଲ୍ଲା ପ୍ରଶାସନ, ଅସ୍ଥାୟୀ ଶିବିର ଖୋଲା ଯିବନାହିଁ

କେନ୍ୟୁଜ୍(ବ୍ୟୁରୋ):  ଏବର୍ଷ କାର୍ତ୍ତିକରେ ହବିଷିଆଳିଙ୍କୁ ପୁରୀ ମନା । କରୋନା ସଂକ୍ରମଣ ଯୋଗୁ ଶ୍ରୀକ୍ଷେତ୍ର ଆସିବା ପାଇଁ ବାରଣ କରାଯାଇଛି । ପବିତ୍ର କାର୍ତ୍ତିକ ମାସରେ ପୁରୀ ନଆସିବା ପାଇଁ ହବିଷିଆଳିଙ୍କୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ଏଥିସହ ହବିଷିଆଳିଙ୍କ ମାଗଣାରେ ରହଣୀ ପାଇଁ ପ୍ରତିବର୍ଷ କରାଯାଉଥିବା ଅସ୍ଥାୟୀ ଶିବିର ମଧ୍ୟ ଖୋଲା ଯିବନାହିଁ ।

ତେଣୁ ପୁରୀରେ ହବିଷିଆଳୀଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ । ଏନେଇ କଟକଣା ଜାରି କରାଯାଇଛି । ପ୍ରତିବର୍ଷ କାର୍ତ୍ତିକ ମାସରେ ପୁରୀକୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ହବିଷିଆଳି ଆସି ଥାଆନ୍ତି । ମାସ ଯାକ ଶ୍ରୀକ୍ଷେତ୍ରରେ ରହି ନିଷ୍ଠାର ସହ ବ୍ରତ ପାଳିଥାଆନ୍ତି । ସକାଳୁ ସକାଳୁ ସ୍ନାନ କରିବା ସହ ତୁଳସୀ ଚଉରା ନିକଟରେ ରାଧା ଦାମୋଦରଙ୍କୁ ଉପାସନା କରିଥାଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.