‘ପୁଲଓ୍ଵାମା ଆକ୍ରମଣ ଇମ୍ରାନ ସରକାରର ଏକ ବଡ଼ ବିଜୟ’, ସିଧାସଳଖ ଏମିତି କହିଲେ ଇମ୍ରାନ୍‌ଙ୍କ ଜଣେ ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତର ପୁଲଓ୍ଵାମାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଇମ୍ରାନ ସରକାରର ଏକ ବଡ଼ ବିଜୟ । ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଇସ୍‌ଲାମ୍‌ବାଦର ହାତ ଅଛି ବୋଲି ବୁଧବାର ଏପରି କହିଛନ୍ତି ଇମ୍ରାନ ସରକାରଙ୍କ ଜଣେ ମନ୍ତ୍ରୀ ।

pulwama-97

ଇମ୍ରାନ ସରକାରର କ୍ୟାବିନେଟ୍‌ରେ ଥିବା ଏହି ମନ୍ତ୍ରୀ ଜଣକ ହେଲେ ଫଓ୍ଵାଦ୍‌ ଚୈାଧୁରୀ । ସେ କହିଛନ୍ତି ‘ହମ୍‌ନେ ହିନ୍ଦୁସ୍ତାନ କୋ ଘୁସ୍‌କେ ମାରା’ । ପୁଲଓ୍ଵାମା ଆକ୍ରମଣ ଇମ୍ରାନ୍‌ ଖାଁଙ୍କ ନେତୃତ୍ୱ ସରକାରଙ୍କ ଏକ ବଡ଼ ବିଜୟ ବୋଲି ଉକ୍ତ ମନ୍ତ୍ରୀ ଜଣକ କହିଛନ୍ତି ।

ପ୍ରକାଶଯୋଗ୍ୟ, ୨୦୧୯ ମସିହା ଫେବ୍ରୁଆରୀ ୧୪ ତାରିଖରେ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ ପୁଲ୍‌ଓ୍ଵାମା ନିକଟରେ ଏକ ସିଆର୍‌ପିଏଫ୍‌ ଯବାନଙ୍କ ଗାଡି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ୪୦ ଜଣ ଯବାନ୍‌ ସହିଦ ହୋଇଥିଲେ । ସେତେବେଳେ ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ପାକିସ୍ତାନ ଅସ୍ୱୀକାର କରିଥିଲା ।

pulwama-98

ହେଲେ ବୁଧବାର ଇମ୍ରାନ ସରକାରର ଜଣେ ମନ୍ତ୍ରୀ ଏହା ସ୍ୱୀକାର କରି ଭାରତକୁ ଚ୍ୟାଲେଞ୍ଜ କରିବାକୁ ପଛେଇ ନାହାଁନ୍ତି । ପୂର୍ବରୁ ଯେତେ ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନ ନମାନିବା ସହ ଏହାର ପ୍ରମାଣ ମାଗୁଥିବା ବେଳେ ପୁଲଓ୍ଵାମା ଆକ୍ରମଣ କଥା ସ୍ୱୀକାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.