Below header

ଭାରତ ବିପକ୍ଷରେ ଖେଳିବା ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା, ନୂଆ ମୁହଁ କ୍ୟାମେରନ୍‌ ଗ୍ରୀନ୍‌ଙ୍କ ଉପରେ ସମସ୍ତଙ୍କ ନଜର

ମେଲବର୍ଣ୍ଣ : ଭାରତ ସହ ଆଗାମୀ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ତାର ଦଳ ଘୋଷଣା କରିଛି । ଦିନିକିଆ ଓ ଟି-୨୦ ସିରିଜ୍‌ ପାଇଁ ଏହି ଦଳ ଘୋଷଣା ହୋଇଛି । ଦଳରେ ପ୍ରଥମଥର ପାଇଁ ସୁଯୋଗ ପାଇଛନ୍ତି ଅଲରାଉଣ୍ଡର କ୍ୟାମେରନ୍‌ ଗ୍ରୀନ୍‌ । ସେହିଭଳି ମୋଜେସ ହେନରିକ୍‌ ପୁଣି ଦଳକୁ ଫେରିଛନ୍ତି । ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ଥିବାରୁ ଦଳରୁ ବାଦ୍‌ ପଡ଼ିଛନ୍ତି । ତାଙ୍କୁ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆରୋନ୍‌ ଫିଞ୍ଚ୍‌ ଦଳର ଅଧିନାୟକ ପଦ ବଜାୟ ରଖିଛନ୍ତି ।

ନଭେମ୍ବର ୨୭ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ । ତିନିଟି ଦିନିକିଆ ଖେଳିବା ପରେ ଡିସେମ୍ବର ୪ରୁ ଦୁଇ ଦଳ ୩ଟି ଟି-୨୦ ମ୍ୟାଚ୍‌ ଖେଳିବେ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ପୂର୍ବରୁ ଘୋଷଣା ହୋଇ ସାରିଛି । ଏହା ସହିତ ଭାରତ ଓ ଅଷ୍ଟ୍ରେଲିଆ ଡିସେମ୍ବର ମାସରୁ ପରସ୍ପର ସହ ୪ଟି ଟେଷ୍ଟ ମ୍ୟାଚ୍‌ ମଧ୍ୟ ଖେଳିବେ ।

ଅଷ୍ଟ୍ରେଲିଆ ଦଳ : ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ସିନ୍‌ ଆବଟ୍‌, ଆଷ୍ଟନ୍‌ ଆଗର, ଆଲେକ୍ସ କ୍ୟାରୀ, ପ୍ୟାଟ୍‌ କମିନ୍ସ (ଉପଅଧିନାୟକ), କ୍ୟାମେରନ୍‌ ଗ୍ରୀନ୍‌, ଯୋଶ୍‌ ହାଜେଲ୍‌ଉଡ୍‌, ମୋଜେସ୍‌ ହେନରିକ୍‌, ମାର୍ନସ୍‌ ଲାବୁସେନ୍‌, ଗ୍ଲେନ୍‌ ମାକ୍ସେଓ୍ଵଲ୍‌, ଡାନିଏଲ୍‌ ସାମ୍‌ସ, କେନ୍‌ ରିଚାର୍ଡ଼ସନ୍‌, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ୍‌ ଷ୍ଟାର୍କ, ମାର୍କସ୍‌ ଷ୍ଟୋଇନିସ୍‌, ମାଥ୍ୟୁ େଓ୍ଵଡ୍‌, ଡେଭିଡ୍‌ ଓ୍ଵାର୍ଣ୍ଣର, ଆଡାମ ଜମ୍ପା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.