Below header

ନାଗାର୍ଜୁନ ବେଶ ପାଇଁ ସ୍ଥିର ହେଲା ନୀତି ନିର୍ଘଣ୍ଟ, କିନ୍ତୁ ଭକ୍ତ ଦେଖି ପାରିବେନି ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ

ପୁରୀ(କେନ୍ୟୁଜ୍):  ନଭେମ୍ବର ୨୭ ତାରିଖରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ । ଏଥିପାଇଁ ଛତିଶା ନିଯୋଗ ବୈଠକରେ ଆଜି ନୀତି ନିର୍ଘଣ୍ଟ ହୋଇଛି । ରାତ୍ର ୧୨ଟାରେ ପୂର୍ବରାତ୍ର ପହୁଡ଼ ହେବ । ରାତ୍ର ୨ଟାରେ ଦ୍ୱାର ଫିଟା ନୀତି ପରେ ୨ଟା ୨୦ରେ ଭିତର ଶୋଧ, ୨ଟା ୩୦ରେ ମଙ୍ଗଳ ଆଳତି ୩ଟାରେ ମଇଲମ, ସାଢ଼େ ୩ଟାରେ ତଡ଼ପ ଲାଗି ଓ ୩ଟା ୫୦ରେ ଅବକାଶ ବେଶ ଅନୁଷ୍ଠିତ ହେବ ।

ସକାଳ ୪ ଘଟିକାରେ ମଇଲମ ଓ ନାଗାର୍ଜୁନ ବେଶ ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ହେବ । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ  ଭକ୍ତ ଦେଖିପାରିବେନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଏନେଇ ଶ୍ରୀମନ୍ଦିର ସବକମିଟ ବୈଠକରେ ନିଷ୍ପତ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.