ପ୍ରତିଶ୍ରୁତି ଦେଲା ପ୍ରଶାସନ ହେଲେ ଭୁଲିଗଲା, ବିଜୁ ପକ୍କା ଘରର ବକେୟା କିସ୍ତି ପାଇଁ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ, କିନ୍ତୁ ବିଡିଓ ଦେଉଛନ୍ତି କେବଳ ତାରିଖ ପରେ ତାରିଖ

ଟାଙ୍ଗୀ(କେନ୍ୟୁଜ୍): ହରିପୁର ଗାଁର ଝାଟିମାଟି ଘରେ ରହୁଥିବା ସକୁନ୍ତଳା ଦେଇ ଜୀବନରେ ଶେଷ ସମୟରେ ଗୋଟେ ପକ୍କା ଘରେ ରହିବାକୁ ସ୍ବାପ୍ନ ଦେଖିଥିଲେ। ଯେଉଁଥିପାଇଁ ସରକାରୀ ସହାୟତକୁ ଅପେକ୍ଷା କରି ରହିଥିଲେ। ଏଥିପାଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡି ଦୌଡି ୨୦୧୫-୧୬ ଆର୍ଥିକ ବର୍ଷରେ  ଗୋଟିଏ  ବିଜୁ ପକ୍କା ଘରପାଇଁ ସହାୟତା ପାଇଲେ। ଏଥିପାଇଁ ସକୁନ୍ତଳା ପ୍ରଥମ କିସ୍ତୀରେ ୨୦ ହଜାର ଟଙ୍କା ପାଇଥିଲେ। କିନ୍ତୁ ଦଇବ ସହିଲା ନାହିଁ। ଘର କାମର ମୂଳଦୁଆ ପଡୁପଡୁ ସକୁନ୍ତଳା ଦୂରାରୋଗ୍ୟ କ୍ୟାନସରରେ ପୀଡିତ ହେଲେ। ଏଥିପାଇଁ ବହୁ କରଜ ବାରଜ କରି କ୍ୟାନସରର ଚିକିତ୍ସା କଲେ କିନ୍ତୁ ଜୀବନ ରହିଲା ନାହିଁ। ମାତ୍ର ୫୫ ବର୍ଷ ବୟସରେ ସବୁଦିନ ପାଇଁ ଆଖିବୁଜିଲେ ।

ଏପଟେ ଝାଟିମାଟିରେ ରହୁଥିବା ସକୁନ୍ତଳାଙ୍କ ୬୦ ବର୍ଷୀୟ ସ୍ବାମୀ ହଜାରୀ ଗୁରୁ ଓ ତାଙ୍କ ଭେଣ୍ଡିଆ ପୁଅ ଅଭାବ ଅନଟନ ଭିତରେ ଘରକୁ ଆଉ ପୂର୍ଣ୍ଣଙ୍ଗ କରିପାରିଲେ ନାହିଁ । ଯାହା ଫଳରେ ସକୁନ୍ତଳାଙ୍କ ପୁଅ ବାଧ୍ୟ ହୋଇ ଦାଦାନ ଖଟିବାକୁ  ବାହାରକୁ ଗଲା । କିନ୍ତୁ ସେଠାରେ ଦୈନିକ ୩୦୦ ଟଙ୍କା ରୋଜଗାର  କରିବା କାରଣରୁ ଘରକୁ ଆଉ ପଇସା ପଠାଇପାରିଲେ ନାହିଁ। ଏପଟେ ହଜାରୀ ଗୁରୁ ବୟସର ସାୟାହ୍ନରେ ମୂଲ ଲାଗି ନିଜ ପେଟ ପୋଷୁଛନ୍ତି।

ଅନ୍ୟପଟେ ହଜାରୀ ଗୁରୁଙ୍କ ସ୍ତ୍ରୀ ମୃତ୍ୟୁ ବରଣ କରିବା ପରେ ଅଧା ନିର୍ମିତ ଘରକୁ ତିଆରି କରିବା  ପାଇଁ  ଗତ ବର୍ଷ  ପୁଣି ଥରେ ହରିପୁର ବିଡିଓଙ୍କ ଦୁଷ୍ଟି ଆକର୍ଷଣ କରଥିଲେ। ଆଉ ଦୁଃଖ କଥା ସବୁ ଜଣାଇଥିଲେ । ଦୁଃଖ ଶୁଣି ସାରିବା ପରେ ତତକାଳୀନ ବିଡିଓ  ବାଦଲ କୁମାର ମହାନ୍ତି ଘର ନିର୍ମାଣ ଶେଷ କରିଦିଅନ୍ତୁ ଅବଶିଷ୍ଟ ବକେୟା ଟଙ୍କା  ସରକାରଙ୍କ ତରଫରୁ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରତିଶୃତି ପାଇ ହଜାରୀ  ଗୁରୁ କରଜ କରି ଘର ନିର୍ମାଣ  ଶେଷ କରିଦେଲେ କିନ୍ତୁ ଏହି ଛମାସ ଭିତରେ ହରିପୁର ବିଡିଓ ଟ୍ରାନ୍ସଫର ହୋଇଗଲେ। ଆଉ ତାଙ୍କ ବଦଳରେ ସୁଷମା ବାରିକ ନାମକ ଜଣେ  ନୂଆ ବିଡିଓ ନିଯୁକ୍ତ ହେଲେ। ଯାହା ପରେ ହଜାରୀ ଗୁରୁଙ୍କ ଦୁଃଖର କାହାଣୀ ବଢିଗଲା।

ବ୍ଲକ ଅଫିସରେ ବିଜୁ ପକ୍କା ଘର ବୁଝାବୁଝି ଦାୟିତ୍ବରେ ଥିବା ମନୋଜ ନାମକ ଜଣେ ବ୍ୟକ୍ତି   ସକୁନ୍ତଳାଙ୍କ ନାମରେ ଆସିଥିବା ବିଜୁ ପକ୍କା  ଘରର କାର୍ଯ୍ୟାଦେଶ ଫାଇଲ ହଜି ଯାଇଛି ତେଣୁ ପଇସା କେମିତି ପାଇବେ ବୋଲି ହଜାରୀ ଗୁରୁଙ୍କ କହିଥିଲେ।  ଏଘଟଣାକୁ ନେଇ ହଜାରୀ ଗୁରୁ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କିନ୍ତୁ ବିଡିଓ ହଁ ବୁଝିବା କାଲି ବୁଝିବା  କହି ଦିନ ପରେ ଦିନ ୩ ମାସ ହେବ ଗଡାଇ ଚାଲିଛନ୍ତି। ଯାହା ଫଳରେ ହଜାରୀ ଗୁରୁ କରଜଦାତାଙ୍କ କରଜ କେମିତି ଶୁଝିବେ ବୋଲି ଭାଗି ଦୁଃଖରେ ଭାଙ୍ଗି ପଡିଛନ୍ତି। ତେବେ ବ୍ଲକ ଅଫିସ ଭିତରୁ ଯଦି ଗୁରୁତ୍ବପୂର୍ଣ୍ଣ ଫାଇଲ ସବୁ ଯଦି ଚୋରି ହୋଇଯାଉଛି ତେବେ ସରକାରଙ୍କ ପାଖକୁ କେମିତି ସବୁ ତଥ୍ୟ ସ୍ବଚ୍ଛ ଭାବରେ ପଠାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ହଜାରୀ ଗୁରୁଙ୍କୁ କେବେ ବିଜୁ ପକ୍କା ଘରର ଅବଶିଷ୍ଟ ଟଙ୍କା ମିଳୁଛି ତାହା ଦେଖିବାକୁ ବାକି ରହିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.