Below header

ଭୁଲରେ ବି ଚେହେରାରେ ଲଗାନ୍ତୁ ନାହିଁ ନଡିଆ ତେଲ, ହୋଇପାରେ ଏହି କ୍ଷତି

ଆମେ ସମସ୍ତେ ଶୁଣିଛେ ନଡିଆ ତେଲର ବ୍ୟବହାର ସୌନ୍ଦର୍ଯ୍ୟ ପ୍ରସାଧାନ ସାମଗ୍ରୀ ଭାବରେ କରାଯାଏ । ତେଣିକି ତାହା କେଶ ପାଇଁ ହେଉ ବା ତ୍ବଚା ପାଇଁ । ସମସ୍ତେ କୁହନ୍ତି ନଡିଆ ତେଲର ବ୍ୟବହାର କରିବା ଉଚିତ୍ । କିନ୍ତୁ ଆଜି ଆମେ ଆପଣଙ୍କ ନଡିଆ ତେଲ ସହ ଜଡିତ କିଛି ଭ୍ରାନ୍ତ ଧାରଣା ବିଷୟରେ କହିବୁ ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ।

coconut oilକେଶରେ ଲଗାଇବାକୁ ଆପଣ ବଜାରରେ ମିଳୁଥିବା ଯେ କୌଣସି ନଡିଆ ତେଲ ନେଇ ଆସୁଛନ୍ତି । କିନ୍ତୁ ମନେ ରଖନ୍ତୁ ଏହାର ବ୍ୟବହାର ଚେହେରାରେ ଲଗାନ୍ତୁ ନାହିଁ । କେଶ ପାଇଁ ଲାଭଦାୟକ ଏହି ତେଲ କୋମଳ ତ୍ବଚାକୁ କ୍ଷତି ପହଂଚାଇଥାଏ ।
ୱାଟରପ୍ରୁଫ୍ ମେକଅପକୁ ଛଡାଇବା ପାଇଁ ଅନେକ ଲୋକ ନଡିଆ ତେଲ ବ୍ୟବହାର କରିଥାନ୍ତି । କାରଣ ସେମାନଙ୍କୁ ଲାଗିଥାଏ ଏହି ତେଲ ଚେହେରାର ସମସ୍ତ ପ୍ରକାର ମେକଅପ୍ ଛଡାଇବା ପାଇଁ ଉପଯୁକ୍ତ । କିନ୍ତୁ ନଡିଆ ତେଲ ଚେହେରାରେ ଲଗାଇଲେ ଧୂଳି ମାଟିକୁ ବେଶୀ ଆକର୍ଷିତ କରିଥାଏ ।

ଏହା ସହ ପଢନ୍ତୁ ଯଦି ଜାଣିଯିବେ ଏହି ୧୫ଟି ଟିପ୍ସ, ତେବେ ବିନା ମେକଅପରେ ବି ଲାଗିବେ ସବୁଠାରୁ ସୁନ୍ଦର

ଯଦି ନଡିଆ ତେଲକୁ ଚେହେରାରେ ମଶ୍ଚୋରାଇଜର ଭାବରେ ବ୍ୟବହାର କରୁଛନ୍ତି ତେବେ ବନ୍ଦ କରିଦିଅନ୍ତୁ । କାରଣ ଏହାର ବ୍ୟବହାର ଦ୍ବାରା ଚେହେରାର ଲୋମ ଛିଦ୍ର ବନ୍ଦ ହୋଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.