ଟିମ୍ ଇଣ୍ଡିଆର କୋଚ ପଦରୁ ବିଦା ହୋଇପାରନ୍ତି ରବି ଶାସ୍ତ୍ରୀ, ବିଶ୍ବକପରେ ଭାରତର ପରାଜୟକୁ ହଜମ କରି ପାରୁନି BCCI

ବିଶ୍ବକପରୁ ଟିମ୍ ଇଣ୍ଡିଆ ବିଦା ହେବା ଘଟଣାକୁ ହଜମ କରିପାରୁ ନାହାଁନ୍ତି ଦେଶବାସୀ । କେବଳ ୧୩୦ କୋଟି ଜନତା ନୁହେଁ ବିସିସିଆଇର ସ୍ବପ୍ନକୁ ମଧ୍ୟ ଭାଙ୍ଗିଛି ଟିମ୍ ଇଣ୍ଡିଆ। ଏବେ ନୂଆ କୋଚ ଚୟନ କରିବ ବିସିସିଆଇ । ବିଶ୍ବକପରେ ଭାରତର ପରାଜୟ ପାଇଁ ରବି ଶାସ୍ତ୍ରୀଙ୍କୁ ବିସିସିଆଇ ଦାୟୀ କରିଛି ବୋଲି ଶୁଣିବାକୁ ମିଳିଛି । ବିସିସିଆଇ ଏବେ ଭାରତର ମୁଖ୍ୟ କୋଚ୍ ଓ ସହାୟକ କର୍ମଚାରୀଙ୍କ ପାଇଁ ଆବେଦନ ଆମନ୍ତ୍ରିତ କରିବ । ଏନେଇ ଦିନେ ଦୁଇ ଦିନ ମଧ୍ୟରେ ଭାରତୀୟ ବୋର୍ଡ ଘୋଷଣା କରିପାରେ ।

ତେବେ ବିଶ୍ବକପ୍ ପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଯାଇଥିଲା । କିନ୍ତୁ ୱେଷ୍ଟଇଣ୍ଡିଜ୍ ଗସ୍ତକୁ ଆଖି ଆଗରେ ରଖି ତାଙ୍କର କାର୍ଯ୍ୟକାଳକୁ ଅଧିକ ୪୫ ଦିନ ବଢାଯାଇଥିଲା । ଏବେ ପୁଣି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହେବା ପାଇଁ ରବି ଶାସ୍ତ୍ରୀଙ୍କୁ ଆଉ ଥରେ ଆବେଦନ କରିବାକୁ ପଡିବ । ଏବେ ଦେଖିବାକୁ ବାକି ରହିଲା ବିଶ୍ବକପ୍ ହାତରୁ ଯିବା ପରେ କଣ ପୁଣି ଥରେ ରବି ଶାସ୍ତ୍ରୀଙ୍କୁ ସୁଯୋଗ ମିଳିବ ।

ଏହା ସହ ପଢନ୍ତୁ କୋହଲିଙ୍କୁ ବିରାଟ ଝଟକା, ହାତରୁ ଯାଇପାରେ ଅଧିନାୟକ ପଦ

ଅନୀଲ୍ କୁମ୍ବଲେଙ୍କ ସ୍ଥାନରେ ୨୦୧୭ରେ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇଥିଲେ । ମାତ୍ର ତାଙ୍କ ଅଧିନରେ ଟିମ୍ ଇଣ୍ଡିଆ ଗୋଟିଏ ବି ବଡ଼ ଟୁର୍ଣ୍ଣାମେଂଟ୍ ଜିତି ପାରିନାହିଁ । ଏଥିରେ ବିଶ୍ବକପ୍ ମଧ୍ୟ ସାମିଲ୍ ଅଛି । ତେବେ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ସିରିଜ୍ ଜିତି ଇତିହାସ ରଚିଥିଲା ଭାରତ ।

ଅନ୍ୟପଟେ ଟ୍ରେନର ଏବଂ ଶଙ୍କର ବାସୁ ଏବଂ ଫିଜିଓ ପ୍ୟାଟ୍ରିକ ଫରହାର୍ଟ ସେମିଫାଇନାଲରେ ଭାରତର ପରାଜୟ ପରେ ଇସ୍ତଫା ଦେଇସାରିଛନ୍ତି ତେଣୁ ଏମାନଙ୍କ ସ୍ଥାନରେ ଦଳକୁ ମିଳିବ ନୂଆ ଟ୍ରେନର ଏବଂ ଫିଜିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.